xmas

ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ହେଲେ କନ୍ଧମାଳର ପର୍ଯ୍ୟବେକ୍ଷକ

ଫୁଲବାଣୀ -୧୯/୦୮ ରାଜ୍ୟ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କନ୍ଧମାଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ତାଙ୍କ ସହାୟକ ପ୍ରମୋଦ ମାଝୀ ଶ୍ରୀ ମିଶ୍ରଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ଵାଗତ କରିଛନ୍ତି l ତାଙ୍କ ନେତୃତ୍ୱରେ ଜିଲ୍ଲାରେ ଦଳୀୟ ସଂଗଠନ ମଜଭୁତ ହେବ ଆଉ ଆଗାମୀ ନିର୍ବାଚନରେ ଦଳ ପୁଣି ବାଜିମାତ କରିବ ବୋଲି ବିଧାୟକ ସାଲୁଗା ପ୍ରଧାନ ଆଶା ପୋଷଣ କରିଛନ୍ତି l ସୂଚନା ଯୋଗ୍ୟ, ଯେ କନ୍ଧମାଳ ଜିଲ୍ଲା ସମେତ ଅନ୍ୟାନ୍ୟ କେତଟି ଜିଲ୍ଲା ପାଈଁ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଶ୍ରୀ ମିଶ୍ରଙ୍କୁ ଏହି ନିଯୁକ୍ତି ଦେଇଛନ୍ତି l ଶାସକ ବିଜେଡି ଆଗାମୀ 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ପାଈଁ ଏହି ନିଯୁକ୍ତି ଦେଇଛନ୍ତି l ଶ୍ରୀ ମିଶ୍ରଙ୍କ ନିଯୁକ୍ତି ପରେ ଜିଲ୍ଲାରେ ବିଜେଡି ସଂଗଠନ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ହେବ ବୋଲି ଜିଲ୍ଲା ସଭାପତି ସରୋଜ କୁମାର କର୍ଣ କହିଛନ୍ତି l ନୂତନ ନିଯୁକ୍ତି ପାଇବାପରେ ଦେବୀ ମିଶ୍ରଙ୍କୁ ସଭାପତି କର୍ଣ, ବିଜେଡି କାଉନ୍ସିଲର ତଥା ଯୁବନେତା ରାଜେନ୍ଦ୍ର ପାଢ଼ୀ, ବିଜେଡି ବରିଷ୍ଠନେତା କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ସାହୁ, ବାଲିଗୁଡା ବ୍ଲକ ବିଜେଡି ନେତା ଟୁନା ଦାଶ, ନଗର ସଭାପତି ସୁଧୀର କହଁର, ପ୍ରମୁଖ ସ୍ଵାଗତ କରିଛନ୍ତି l

Leave A Reply

Your email address will not be published.