xmas

ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ: ସେପ୍ଟେମ୍ୱର ୧ରେ ମା’ ସମଲେଶ୍ୱରୀଙ୍କ ପାଖେ ଲାଗି ହେବ ନବାନ୍ନ

ସମ୍ବଲପୁର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ କରାଯାଇଛି। ସମ୍ବଲପୁରରେ ଥିବା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁଏହି ଲଗ୍ନ ଧାର୍ଯ୍ଯ କରାଯାଇଛି। ଆସନ୍ତା ସେପ୍ଟେମ୍ୱର ମାସ ୧ ତାରିଖରେ ପୂର୍ବାହ୍ଣ ୧୦:୫୬ରୁ ୧୧ ଟା ମଧ୍ୟରେ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ।

ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ, ବିଦ୍ବାନ ଓ ଜ୍ୟୋର୍ତିବିଦମାନେ ମା’ ସମଲେଶ୍ବରୀ ରାଶି ନକ୍ଷତ୍ର ଗଣନା କରି ଲଗ୍ନ ନିର୍ଦ୍ଧାରଣ କରିଥିବା ଜଣାପଡ଼ିଛି। ବ୍ରହ୍ମ ପଣ୍ଡିତ ମହାସଭାରେ ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଏହି ଲଗ୍ନ ଅନୁସାରେ ପ୍ରଥମେ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସାରା ପଶ୍ଚିମ ଓଡ଼ିଶାର ସମସ୍ତ ଲୋକମାନେ ନବାନ୍ନ ଖାଇବାର ପରମ୍ପରା ରହିଛି। ଅନ୍ୟପଟେ ନୂଆଖାଇ ପାଇ ସମ୍ୱଲପୁରର ବିଭିନ୍ନ ଅଞ୍ଚଳ ଏବେ ଚଳଚଞ୍ଚଳ ହେଲାଣି ।

Leave A Reply

Your email address will not be published.