ମାଥିଲି ଗୁଳିକାଣ୍ଡ ଦିବସ ପାଳନ ଓ ବୃକ୍ଷରୋପଣ

ମାଲକାନାଗିରି : ୨୧/୦୮ /୨୦୨୨ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ମାଲକାନଗିରି ଜିଲ୍ଲା ଶାଖା ଦ୍ବାରା ମାଥିଲି ଗୁଳିକାଣ୍ଡ ଘଟଣାର ସ୍ମରଣ ଏବଂ ଶହୀଦ ଲକ୍ଷ୍ମଣ ନାୟକ ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଏଥିରେ ଅବଦାନ ସମ୍ପର୍କରେ ଆଲୋଚନା ଲାଗି ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାଟି ଜିଲ୍ଲା ବୈଷୟିକ କେନ୍ଦ୍ର କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିଲା। ଏଥିରେ ଭାରତୀୟ ସୀମା ସୁରକ୍ଷା ବଳର ଡେପୁଟି କମାଣ୍ଡାଣ୍ଟ ସୁଭରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ବୈଷୟିକ କେନ୍ଦ୍ରର ଜେନେରାଲ ମ୍ୟାନେଜର ତରୁଣକାନ୍ତି ମହାନ୍ତି, ମାଲକାନଗିରି ବନ ଖଣ୍ଡର ରେଞ୍ଜ ଅଫିସର ଜଗନ୍ନାଥ ପ୍ରସାଦ ବିଶୋଇ, ବିଶିଷ୍ଟ ସମାସେବୀ ଦିଲ୍ଲୀପ ସୋମାନୀ, ଜିଲ୍ଲା ବୈଷୟିକ କେନ୍ଦ୍ରର ଆଇ ପି ଓ ରବୀନ୍ଦ୍ର ନାଥ କୁଣ୍ଡୁ ଓ ଶୁଭଶ୍ରୀ ଦଣ୍ଡପାଟ, ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ତଥା ଜିଲ୍ଲା ଅଧିକାରୀ ରବୀନ୍ଦ୍ର କୁମାର ମହାରଣା, ପ୍ରମୋଦ କୁମାର ସେନାପତି, ସାଧନା ମଣ୍ଡଳ, ପ୍ରତିମା ନାୟକ, ପ୍ରକାଶ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନକୁ ସ୍ମରଣ କରିବା ସହ ଏହି ଦିନଟିକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବୃକ୍ଷ ରୋପଣର ଆୟୋଜନ ମଧ୍ୟ କରାଯାଇଥିଲା। ଏଥିରେ ଆମ୍ବ, ପଣସ, ପିଜୁଳି, ବଉଳ, ନଡ଼ିଆ ଇତ୍ୟାଦି ଚାରା ଜିଲ୍ଲା ବୈଷୟିକ କେନ୍ଦ୍ରର ପରିସର ମଧ୍ୟରେ ରୋପଣ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ମାଲକାନାଗିରି ମହାବିଦ୍ୟାଳୟର ଅଧ୍ୟାପକ ତଥା ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ମାଲକାନଗିରି ଜିଲ୍ଲା ଶାଖାର ସମ୍ପାଦକ ଡ. ରଞ୍ଜନ କୁମାର ସ୍ବାଇଁ କରିଥିବାବେଳେ ଡି ଆଶିଷ ରାଠୋର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.