କମଳା ପୁଜାରୀ ଗୁରୁତର ଅବସ୍ଥାରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବିଶିଷ୍ଟ ସମାଜସେବୀ କମଳା ପୁଜାରୀ ଗୁରତର ଅବସ୍ଥା କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଗୁରତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଆଜି ଆଣି ତାଙ୍କୁ ଭର୍ତ୍ତି କରାଯାଇଛି। ଗୁରତର ଅବସ୍ଥାରେ ଏବେ ସେ ଚିକିତ୍ସାଧୀନ ରହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ଦୁଇ ଦିନ ହେବ ତାଙ୍କୁ ଥଣ୍ଡା ଜ୍ବର ହୋଇଥିଲା। ଔଷଧ ଖାଇବା ପରେ ମଧ୍ୟ ଏହା ଛାଡ଼ି ନଥିଲା। ଗତକାଲି ଠାରୁ ୩ରୁ ଅଧିକ ଥର ଝାଡ଼ା ହୋଇଥିଲା। ଔଷଧ ଖାଇବା ପରେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କିଛି ସୁଧାର ଆସି ନଥିଲା। ବରଂ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସେ ରହୁଥିବା ଜୟପୁର ବ୍ଲକର ପାତ୍ରପୁଟ ମହିଳା ସ୍ବାସ୍ଥ୍ୟ କର୍ମୀ ଜଣକ ତାଙ୍କୁ ଆମ୍ବୁଲାନସ୍ ଯୋଗେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଜିଲ୍ଲାମୁଖ୍ୟଚିକିତ୍ସାଳୟରେ କ୍ୟାବିନରେ ରଖି ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଛି।

ପ୍ରକାଶଥାଉକି, ଲୁପ୍ତପ୍ରାୟ ଧାନ ବିହନକୁ ସଂରକ୍ଷିତ କରି ରଖିବା ତଥା ଦେଶୀ ପ୍ରଣାଳୀରେ ଚାଷ କରିବା ପାଇଁ କେନ୍ଦ୍ର ସରକାର କମଳାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଆଜି ବି ସେ ଧାନ ଚାଷ କରିବା ସହ ଧାନ ସଂରକ୍ଷଣ କାମକୁ ଜାରି ରଖିଛନ୍ତି।

Leave A Reply

Your email address will not be published.