xmas

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଞ୍ଚଳରେ ଶୋକର ଛାୟା

ବଡ଼ଚଣା : ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ କୁଳହରିପୁର ଗ୍ରାମର ବିମ୍ବାଧର ତରେଇ (୪୦)ଙ୍କ ଅଜଣା ଗାଡି ଧକ୍କାରେ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି l ପ୍ରକାଶ ଯୋଗ୍ୟ ଯେ ବିମ୍ବାଧର ତରେଇ ଏକ କାମରେ ରତ୍ନଗିରି ପାଖାପାଖି ଯାଇଥିଲେ l ସେଠୁ କାମ ସାରି ସନ୍ଧ୍ୟାରେ ରଇପୁରରୁ ରତ୍ନଗିରି -କୃଷ୍ଣପ୍ରସାଦ ରାସ୍ତାରେ ନିଜ ଘରକୁ ବାଇକ ଯୋଗେ ଫେରୁଥିବା ସମୟରେ ଗଜେନ୍ଦ୍ରପୁର ଶନିଘାଟ ନିକଟରେ ଏକ ଦ୍ରୁତଗାମି ଅଜଣା ଗାଡି ଧକ୍କା ଦେଇଥିଲା l ଧକ୍କା ଦେବା ଫଳରେ ବିମ୍ବାଧର ରାସ୍ତା ପାର୍ଶ୍ଵକୁ ଛିଟିକି ହୋଇ ପଡ଼ିଥିଲେ l ତାଙ୍କୁ ସଙ୍ଗେ ସଙ୍ଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା କିନ୍ତୁ ଡାକ୍ତର ଦେଖିଲା ବେଳକୁ ତାଙ୍କର ପ୍ରାଣବାୟୁ ନଥିଲା l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି l ଏହି ଖବର ଶୁଣି ନିଜ ଗାଁ କୁଳହରିପୁର ସମେତ କୁନ୍ଦଳ ପଞ୍ଚାୟତରେ ଏକ ଶୋକର ଛାୟା ଖେଳି ଯାଇଛି l ବିମ୍ବାଧର ଜଣେ ସରଳ ଓ ମେଳାପୀ ପ୍ରକୁତିର ଲୋକ ଥିଲେ l ସେ ମଧ୍ୟ ଜଣେ ବିଜେପିର କର୍ମୀ ଭାବେ ବହୁତ କାର୍ଯ୍ୟ କରିଛନ୍ତି l ବିମ୍ବାଧରଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଗ୍ରାମ କୂଳହରିପୁର ସ୍ଥିତ ବାସଭବନରେ ଓଡିଶା ବିଜେପିର ସାଧାରଣ ସମ୍ପାଦକ ଅମର ନାୟକ (ବାପୁ ଭାଇ), କୁନ୍ଦଳ ସରପଞ୍ଚ ପ୍ରମିତା ରାଉତ, ସମିତି ସଭ୍ୟ ଗଗନ ବିହାରୀ ଦାସ, ପୂର୍ବତନ ସରପଞ୍ଚ ଗୋପାଳ ରାଉତ ଏବଂ ଦଳୀୟ କର୍ମୀମାନେ ପହଞ୍ଚି ତାଙ୍କ ପରିବାରଙ୍କୁ ସାହସ ଓ ଦୃଢ଼ଶକ୍ତି ଦେବା ସହ ବିମ୍ବାଧରଙ୍କ ଅମର ଆତ୍ମାର ସଦଗତି କାମନା କରି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ l

Leave A Reply

Your email address will not be published.