xmas

କଳା ସଂସ୍କୃତି ସଂଘ ପକ୍ଷରୁ ବାଲିଗୁଡା ବିଡ଼ିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ -୨୨/୦୮ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ନୂତନ ଭାବେ ଯୋଗ ଦେଇଥିବା ବାଲିଗୁଡା ବିଡ଼ିଓ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଶଶାଙ୍କ ଶେଖର ପାତ୍ରଙ୍କୁ ସଂଘ ପକ୍ଷରୁ ଫୁଲ ତୋଡ଼ା ଓ ଉପଢ଼ୋକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏବଂ ବାଲିଗୁଡା ବ୍ଲକରେ କଳା ଓ଼ ସଂସ୍କୃତି ର କିଭଳି ଉନ୍ନତି ଘଟିବ ସେଥିପ୍ରତି ଦ୍ରୁଷ୍ଟି ଦେବାଲାଗି କଳାକାର ସଙ୍ଘ ପକ୍ଷରୁ ଦ୍ରୁଷ୍ଟି ଆକର୍ଷଣ କରିଥିଲେ l ସେହିପରି ସଂକୀର୍ତ୍ତନ ମଣ୍ଡଳୀ ଓ ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର ଏବଂ ଉନ୍ନତିକରଣ ନେଇ ସଙ୍ଘ ପକ୍ଷରୁ ଆଲୋଚନା କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ତଥା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ ସାହୁ ଦଣ୍ଡନୃତ୍ୟ ଗୁରୁ ପୁରସ୍ତମ ନାୟକ ଏବଂ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର ବରିଷ୍ଠ କଳାକାର ସଚ୍ଚିଦାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.