ଜିଲ୍ଲା ପ୍ରଶାସନ ପକ୍ଷରୁ ମତ ଦାନ ପ୍ରମାଣ ପତ୍ର ସହ ଆଧାର କାର୍ଡ ସଂଯୋଗିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି- ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ତରଫରୁ ମତ ଦାନ ପ୍ରମାଣ ପତ୍ର ସହ ଆଧାର ପ୍ରମାଣ ପତ୍ର ସଂଯୋଗିକରଣ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇ ଛାତ୍ର ଛାତ୍ରୀ ମାନକୁ ଉଜ୍ଜ୍ୱଳ ଭବିଷ୍ୟତ ସହିତ ସେମାନଙ୍କ ସାମ୍ୱିଧାନିକ ଅଧିକାର ବିଷୟରେ ସଚେତନତା କରିଥିଲେ ଏଥି ସହିତ ମତ ଦାନ ଏବଂ ଆଧାର ପ୍ରମାଣ ପତ୍ରର ସୁଫଳ ବିଷୟରେ ବକ୍ତବ୍ୟ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଅଜୟ ପାଣ୍ଡାଙ୍ଗୀ ଯୋଗଦେଇ ମତ ଦାତା ଏବଂ ଆଧାର ପ୍ରମାଣ ପତ୍ରର ସଂଯୋଗିକରଣ ବିଷୟରେ ପୁଙ୍ଖା ନୁ ପୁଙ୍ଖ ଭାବରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମକୁ ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିବା ସହିତ ଛାତ୍ର ଛାତ୍ରୀଙ୍କୁ ଉତ୍ସ।ହିତ କରିଥିଲେ ।ଏଥିରେ ଇତିହାସ ବିଭାଗର ମୁଖ୍ୟ ନମିତା ଦଣ୍ଡ ସେନା ନାଗରିକ ମାନଙ୍କ ଅଧିକାର ଏବଂ ମତ ଦାତା ଏବଂ ଆଧାର ପ୍ରମାଣ ପତ୍ର ର ବିଶେଷ୍ୟତ ବିଷୟରେ ସଚେତନତା କରାଇଥିଲେ। ଏହି ସଭାକୁ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଜୀମୁତ ନାୟକ ଏବଂ ତପନ କୁମାର ବେହେରା ପ୍ରତୀକ୍ଷ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଥିଲେ ଏବଂ ଶେଷରେ ଅଧ୍ୟାପକ ଡ଼ଃ ଗୋକୁଳାନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.