xmas

ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ପୁରୁଣା ଛାତ ଭୁସୁଡ଼ିଲା, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମାଲକାନଗିରି: ମାଲକାନଗିରି ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଛାତରୁ ସିମେଣ୍ଟ କଂକ୍ରିଟ୍ ଭୁଷୁଡି ଜଣେ ସରକାରୀ କର୍ମଚାରୀ ଆହତ ହୋଇଥିବା ବେଳେ ଭାଙ୍ଗି ନଷ୍ଟ ହୋଇ ଯାଇଛି କମ୍ପୁଟର ରୁମର ଅନେକ ଉପକରଣ । ମିଶନ ଶକ୍ତି ଯୋଜନାର ଆକାଉଣ୍ଟେଣ୍ଟ୍ ଦୁର୍ଯ୍ୟୋଧନ ବାଙ୍କିଆ କମ୍ପୁଟର ରୁମରେ କାମ କରୁଥିବା ସମୟରେ ଏହି କଂକ୍ରିଟ୍ ଭାଙ୍ଗି ପଡିଥିଲା । ୨୩ ବର୍ଷ ପୁରୁଣା ଏହି ଶିଶୁ ବିକାଶ କାର୍ଯ୍ୟାଳୟ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିବା ବେଳେ ନୂତନ କୋଠା ନିର୍ମାଣ କରିବା ଲାଗି ରାଜ୍ୟ ସରକାର ଟଙ୍କା ଦେଇଛନ୍ତି । ହେଲେ ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ ବୋଲି ଖୋଦ ସିଡିପିଓ କହିଛନ୍ତି ।

Leave A Reply

Your email address will not be published.