xmas

ଗୋଷ୍ଠୀ ଶୌଚାଳୟରେ ତାଲା

ଫୁଲବାଣୀ -୧୦/୦୯ ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ସତ କିନ୍ତୁ କାମରେ ଆସୁନି l ନିର୍ମାଣ ପରଠୁ କୁଆଡେ ତାଲା ଝୁଲୁଛି l କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡେଜୁ ପଞ୍ଚାୟତ ଅନ୍ତର୍ଗତ ସୁଡେଜୁ ଗ୍ରାମରେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ସର୍ବସାଧାରଣ ପାଇଖାନା ବା ଗୋଷ୍ଠୀ ଶୌଚାଳୟ ଏଭଳି ଅବସ୍ଥାରେ ରହିଛି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ଆଜକୁ ପ୍ରାୟ ୧ବର୍ଷ ପୂର୍ବେ ନିର୍ମିତ ଶୌଚାଳୟ ତାଲା ପଡ଼ିଛି,l କୁହାଯାଉଛି ଶୌଚାଳୟକୁ ପାଣି ସୁବିଧା ହୋଇଥିଲେ ମଧ୍ୟ ଟାଙ୍କିକୁ ପାଣି ଆସୁନାହିଁ ଯାହା ଫଳରେ ସର୍ବସାଧାରଣରେ ନିର୍ମିତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏ ନେଇ କାର୍ଯ୍ୟାଳୟରେ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ଏଥିପାଇଁ ଗ୍ରାମର ଲୋକଙ୍କ ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକାରୀ ହୋଇ ପାରୁନାହିଁ ଏବଂ ଲୋକମାନେ ଶୌଚାଳୟ ବଦଳରେ ମୁକ୍ତ ଆକାଶ ତଳେ ଶୌଚ ହେଉଛନ୍ତି l ଗ୍ରାମର କିଛି ବୁଦ୍ଧିଜିବୀଙ୍କ କଥା ଅନୁଯାୟୀ ଶୌଚାଳୟକୁ ଚବିସ ଘଣ୍ଟା ପାଣି ସଂଯୋଗ ହୋଇପାରିଲେ ଏହା କାର୍ଯ୍ୟକ୍ଷମ ହେବଆଉ ଲୋକମାନେ ବ୍ୟବହାରରେ ଆସିବା ସହ ସ୍ୱଚ୍ଛ ଭାରତର ସଫଳ ରୂପାୟନ ହୋଇପାରିବ ବୋଲି କହିଛନ୍ତି। ଏଥିପ୍ରତି ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷ ଦ୍ରୁଷ୍ଟି ଦେଇ ତୁରନ୍ତ କାର୍ଯ୍ୟକ୍ଷମ କରିବା କୁ ଦାବୀ ହେଉଛି କେବଳ ଏହି ଗୋଟିଏ ଗୋଷ୍ଠୀ ଶୌଚାଳୟର ଯେ ଏଭଳି ଅବସ୍ଥା ତା ନୁହଁ ଜିଲାର ସହରଠୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ ଏଭଳି ଅନେକ ରହିଛି l

Leave A Reply

Your email address will not be published.