ବିଧାନସଭା ସଦାଚାର ଗୃହ କମିଟି ବୈଠକ : ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରି ଅସମ୍ମାନ ଅଭିଯୋଗ

ମାଲକାନଗିରି,୧୪।୯: ଓଡିଶା ବିଧାନସଭା ଗୃହ ତଥା ସଦାଚାର କମିଟି ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲାର ନୀତି ଶାସ୍ତ୍ର ସମ୍ବନ୍ଧରେ ସମୀକ୍ଷା କରିଛନ୍ତିା ଜିଲ୍ଲା ଡ଼ିଆରଡିଏ କାର୍ଯ୍ୟାଳୟରେ ଓଡିଶା ଗୃହ କମିଟିର ଅଧ୍ୟକ୍ଷ ଅମର ଶତପଥିଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଓ ପି.ଆର.ଆଇ ମେମ୍ବରଙ୍କୁ ନେଇ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଉପାନ୍ତ ଜିଲ୍ଲାର ମାନ୍ୟତା ପାଇଥିବା ମାଲକାନଗିରି ଜିଲ୍ଲା କିନ୍ତୁ ବର୍ତ୍ତମାନ ବେଶ ପ୍ରଗତି କରିଥିବା ନେଇ କମିଟି ଖୁସି ପ୍ରକଟ କରିଥିବା ସହ ଜିଲ୍ଲାପାଳ ଓ ଏସପିଙ୍କୁ ତାଙ୍କ ଉତ୍ତମ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ । ଜିଲ୍ଲାରେ ବିଶେଷ କରି ଯେଉଁ ସବୁ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ରହିଛି ତାହାକୁ ଗୃହ କମିଟିର ରିପୋର୍ଟ ମାଧ୍ୟମରେ ସରକାରଙ୍କ ନଜରକୁ ଅଣାଯାଇ ଅତିଶୀଘ୍ର ସମାଧାନ କରାଯିବ ବୋଲି ଗୃହକମିଟିର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୃହ କମିଟିର ଅଧ୍ୟକ୍ଷ ଶତପଥିଙ୍କ ସମେତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ବିଧାୟକ ପ୍ରଫୁଲ୍ଲ ସାମଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ମୋହାନା ବିଧାୟକ ଦାଶରଥୀ ଗମାଙ୍ଗ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ବିଶାଲ ସିଂ, ଏସ୍‌.ପି. ନିତିଶ୍ ୱାଧୱାନୀଙ୍କ ସହ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲୋ ତେବେ ବୈଠକର ପରେ ଅଧ୍ୟକ୍ଷ ଶ୍ରୀ ସତପଥି ମାଲକାନଗିରିରେ ଥିବା ସମସ୍ୟା କିପରି ଦୁର ହେବ ସେ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲୋ ତେବେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି ବୈଠକରେ ଅଂଶଗ୍ରହଣ କରି ବୈଠକର ବିବରଣୀକୁ ବହୁଳ ଭାବେ ପ୍ରଚାର ପ୍ରସାର କରିବା ପାଇଁ ସୂଚନା ଦେଇଥିଲୋ ଗଣମାଧ୍ୟମ ପ୍ରତିନିଧି ମାନେ ନିର୍ଧିଷ୍ଟ ସମୟରେ ଗୃହରେ ଉପସ୍ଥିତ ହୋଇଥିଲେ ମଧ୍ୟ ବୈଠକ ଆରମ୍ଭରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବାହାରକୁ ଯିବା ପାଇଁ ଗୃହ କମିଟି ଶ୍ରୀ ଶତପଥି ପରାମର୍ଶ ଦେଇଥିଲୋ ଯାହାଫଳରେ ଖବର ସଂଗ୍ରହ କରିବାକୁ ଯାଇଥିବା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ବୈଠକ ବିଷୟରେ କିଛି ଜାଣିବା ପୂର୍ବରୁ କକ୍ଷ ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ । ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ କରାଯାଇ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଜଣାଇଥିଲୋ । ଶ୍ରୀମତୀ ଆଚାର୍ଯ୍ୟ ଏହା ଜିଲ୍ଲା ପ୍ରଶାସନ ଦ୍ୱାରା ହୋଇନାହିଁ, ଗୃହ କମିଟିର ଅଧ୍ୟକ୍ଷ ଏହି ନିଷ୍ପତି ନେଇଥିଲୋ ବୋଲି ପ୍ରକାଶ କରିଛନ୍ତି । ତେବେ କେଉଁ କାରଣରୁ ବୈଠକ ଆରମ୍ଭରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାରକୁ ଯିବାକୁ କୁହାଗଲା ତାକୁ ନେଇ ବିଭିନ୍ନ ଗଣମାଧ୍ୟମ ସଙ୍ଗଠନ ପ୍ରତିବାଦ କରିଛନ୍ତିା ଆଗାମୀ ଦିନରେ ଏପରି ପରିସ୍ଥିତି ସୃଷ୍ଟି ନକରିବା ପାଇଁ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଜଣାଇଛନ୍ତିା

Leave A Reply

Your email address will not be published.