xmas

ଗଛରେ ପିଟିହେଲା ବୋଲେରୋ, ୬ ଗୁରୁତର ଆହତ

ଫୁଲବାଣୀ: ୧୫/୦୯ କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ବଗାଡ଼ି ନିକଟରେ ସ୍କର୍ପିଓ ବୁଲାଣୀ ନିକଟରେ ରାସ୍ତା କଡ଼ ଶାଳ ଗଛରେ ପିଟି ହୋଇଯିବା ଫଳରେ ଏଥିରେ ବସିଥିବା ଡ୍ରାଇଭର ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି l ଖବର ପାଇ କ. ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ କ. ନୂଆଗାଁ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଗାଡିଟି ରାଇକିଆରୁ କ. ନୂଆଗାଁ ଆସୁଥିବା ବେଳେ ଏହି ଦୂର୍ଘଟଣା ଘଟିଥିଲା l କ. ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି l

Leave A Reply

Your email address will not be published.