xmas

ଟିକାବାଲି ଏଏମସିଏସର ପୁନରୁଦ୍ଧାର ଉଦ୍ୟମ

ଫୁଲବାଣୀ: ୧୫/୦୯ ଗୁରୁବାର କଂଗ୍ରେସ ଯୁବ ନେତା ପ୍ରତାପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି (AMCS ) ବଞ୍ଚାଓ ଅଭିଯାନର ପ୍ରଥମ ବୈଠକ ଟିକାବାଲି ପଞ୍ଚାୟତ ଗୃହରେ ଅନୁଷ୍ଠିତ ହେଇ ଯାଇଛି । ଦୀର୍ଘ ୩0 ବର୍ଷ ହେଲାଣି ଏହି ଅଗ୍ରଣୀ ସମବାୟ ଅନୁଷ୍ଠାନ ଏକଦମ ସ୍ଥାଣୁ ଅବସ୍ଥାରେ ଅଛି । ଏହି ଅନୁଷ୍ଠାନକୁ ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦ୍ୱାରା AMCS ସୋସାଇଟି ବଞ୍ଚାଓ ଅଭିଯାନ ଆରମ୍ଭ କରାଯାଇଛି । ଆଜିର ବୈଠକରେ ପ୍ରଫୁଲ୍ଲ ଦାସ, ଶାନ୍ତନୁ ପ୍ରଧାନ, କୁନ୍ଦୁରୁ ମଳିକ, ଆକୁଲା ନନ୍ଦ ଦିଗାଲ, ଚନ୍ଦନ କୁମାର ପଣ୍ଡା, ପ୍ରଫୁଲ୍ଲ ଦିଗାଳ, ଅନନ୍ତ କୁମାର ସାହୁ, ବଳଭଦ୍ର ଦିଗାଳ, ଶ୍ରୀକୃଷ୍ଣ ପ୍ରଧାନ, ଯାକେଶ ପ୍ରଧାନ, ଗୋକୁଳ ଚନ୍ଦ୍ର ପ୍ରଧାନ, ପ୍ରଦୀମନ୍ୟୁ ଦିଗାଳ, ଜ୍ୟୋତିରାଜ ଲିମା, ପାଢ଼ୀ ନାୟକ, ସାରଙ୍ଗଧର କଂହର ଆଦି ବହୁ ବରିଷ୍ଠ ନାଗରିକ ଯୋଗଦେଇ ଅତୀତରେ ଏହି ସଂଗଠନ ଦ୍ୱାରା ଜିଲ୍ଲାର ହଜାର ହଜାର ଆଦିବାସୀ ଉପକୃତ ହୋଇ ଆସୁଥିଲେ ଆଉ ସେମାନଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବାରେ ଏହି ସଂସ୍ଥା କିଭଳି ସାହାଯ୍ୟ ସହଯୋଗ କରୁଥିଲା ସେ ନେଇ ମତବ୍ୟକ୍ତ କରିଥିଲେ l ଆଜିର ଏହି ବୈଠକରେ ସମାଜସେବୀ ତଥା କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ ସଭାପତିତ୍ୱ କରିଥିଲେ ।

Leave A Reply

Your email address will not be published.