xmas

ଦୁର୍ଗାପୂଜା ଲାଗି ଶୁଭ ଖୁଣ୍ଟି ସ୍ଥାପନ

ଫୁଲବାଣୀ: ୧୭/୦୯ ପ୍ରତି ବର୍ଷ ପରି ଚଳିତ ବର୍ଷ ଫୁଲବାଣୀ ସହରର ଭବାନୀ ମାର୍କେଟ ପକ୍ଷରୁ ଆସନ୍ତା ଦୁର୍ଗାପୂଜା ଲାଗି ଶନିବାର ସଂକ୍ରାନ୍ତି ଦିନ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି l ଦୁର୍ଗାପୂଜା ଯେପରି ଶାନ୍ତି ଶୃଙ୍ଖଳାର ସହ ଜାକ ଜକମରେ ହେବ ସେଥିପାଇଁ ମାର୍କେଟ କମିଟି ପକ୍ଷରୁ ସଭାପତି ଲଳିତ ମହାରଣାଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟପନ୍ଥା ପ୍ରସ୍ତୁତି ହୋଇଥିଲା l ସେହି ପ୍ରକାରେ ଶନିବାର ମାର୍କେଟ କମିଟିର ରାଜେନ୍ଦ୍ର ସାହୁ କର୍ତ୍ତାଙ୍କ ସହ ସମସ୍ତ କର୍ମକର୍ତା ଉପସ୍ଥିତ ରହି ଠାକୁରଙ୍କ ରୀତି ନିତି ପ୍ରକାରେ ପୂଜାର୍ଚନା କରାଯାଇ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଯାଇଥିବା ସାଧାରଣ ସମ୍ପାଦକ ଶିବ ବିଶ୍ୱାଳ କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସନକ ନାୟକ କୋଷାଧ୍ୟକ୍ଷ ମନୋଜ ପ୍ରଧାନ ଉପସ୍ଥିତ ଥିଲେ l

Leave A Reply

Your email address will not be published.