xmas

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ

ଫୁଲବାଣୀ: ୨୧/୦୯ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷତ୍ରୀୟ କାର୍ଯ୍ୟାଳୟ ,ଫୁଲବାଣୀ ପକ୍ଷରୁ ଆଜି ” ହିନ୍ଦୀ ପକ୍ଷ, ୨୦୨୨ ” କାର୍ଯ୍ୟାଳୟ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ସାହୁ, ଚିଫ ମ୍ୟାନେଜର, ଆଞ୍ଚଳିକ କାର୍ଯ୍ୟାଳୟ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଫୁଲବାଣୀ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ହେମନ୍ତ କୁମାର ପ୍ରଧାନ, ଆୟକର ଇନିସ୍ପେକ୍ଟର, ଫୁଲବାଣୀ, ପାଣୁ ଚରଣ ସାହୁ, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, କୋପରେଟିଭ ସୋସାଇଟି, ଫୁଲବାଣୀ, ଶ୍ରୀ ମହେନ୍ଦ୍ର କୁମାର ପ୍ରଧାନ , ଆସିଷ୍ଟାଣ୍ଟ ଇଂଜିନିୟର, ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ସୁଜିତ କୁମାର ପ୍ରଧାନ, ହିନ୍ଦୀ ଆଚାର୍ଯ୍ୟ , ସରସ୍ୱତୀ ବିଦ୍ୟା ମନ୍ଦିର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ହିନ୍ଦୀର ପ୍ରଚାର ଓ ପ୍ରସାର ପାଇଁ ସହାୟକ ହେଉଥିବା ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ। ଦେଶକୁ ଏକତା ସୂତ୍ରରେ ବାନ୍ଧି ର୍ସଖିବା ପାଇଁ ହିନ୍ଦୀ ଭାଷା ଏକମାତ୍ର ମାଧ୍ୟମ ବୋଲି ସମସ୍ତ ବକ୍ତା ସର୍ବସମ୍ମତି କ୍ରମେ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ନନ୍ଦ, କ୍ଷେତ୍ର ପ୍ରଚାର ସହାୟକ ଆୟୋଜନ କରି ଥିଲେ ତଥା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply

Your email address will not be published.