କର୍କଟ ରୋଗର ପରୀକ୍ଷା ଓ ସଚେତନତା ଶିବିର ହେବା ନେଇ ପ୍ରସ୍ତୁତି ବୈଠକ

ବାରିପଦା,୨୧/୦୯ ମୟୂରଭଞ୍ଜ ଜିଲ୍ଲା ବାରିପଦା ଠାରେ ଚଳିତ ମାସ ୨୫-୦୯-୨୦୨୨ ରିଖରେ ହେବାକୁ ଥିବା କର୍କଟ ରୋଗର ପରୀକ୍ଷା ଓ ସଚେତନତା ଶିବିର ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ଡ଼ାଃ ରୂପଭାନୁ ମିଶ୍ରଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ାଃ ଘାସିରାମ ମୁର୍ମୁ, ଡ଼ାଃ ଶିବାନନ୍ଦ ମହାନ୍ତି,ଏନସିଡିର ସହ-ପରିଚାଳକ ଶ୍ରୀ ନିହାର ରଞ୍ଜନ ପୃଷ୍ଟି ଏବଂ ଏପିଏମ-ୟୁଏଚ ଶ୍ରୀ ଅଭୟ ସୁବୁଦ୍ଧି ଓ ରୋଟାରୀ କ୍ଲବ ସଭାପତି ରାକେଶ ସିଂଙ୍କ ଉପସ୍ଥିତିରେ ଶିବିରର ଆୟୋଜନ କରାଯିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ, କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ,କ୍ରିୟା ଫାଉଣ୍ଡେସନ ଓ ରୋଟାରୀ କ୍ଲବ ମିଳିତ ଉଦ୍ୟମରେ ଚଳିତ ମାସ ୨୫ ତାରିଖରେ ସିପିସିଏଚ କନଫରେନ୍ସ ହଲରେ ହେବାର ସ୍ଥିରୀକୃତ କରାଯାଇଛି। ଏହି ଶିବିରରେ କର୍କଟ ରୋଗରେ ପୀଡ଼ିତ ଥିବା କିମ୍ବା ସମ୍ଭାବନା ଥିବା ରୋଗୀ ମାନଙ୍କୁ ପରୀକ୍ଷା କରାଯିବା ସହିତ ସଚେତନ କରିବା ପାଇଁ କଟକ ଆଚାର୍ଯ୍ୟ ହରିହର ଡାକ୍ତରଖାନା ର କର୍କଟ ରୋଗ ବିଶେଷଜ୍ଞ ଉପସ୍ଥିତ ରହିବେ ବୋଲି ବୈଠକରୁ ସୂଚନା ମିଳିଛି।

Leave A Reply

Your email address will not be published.