xmas

ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଟାଉନ ହଲଠାରେ ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲାର ଫାର୍ମାସିଷ୍ଟ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିପିଏଚଓ ( ପରିବାର କଲ୍ୟାଣ ) ଶାସିଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଭେଷଜ ଚିକିତ୍ସକ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଜଣେ ରୋଗୀ ପାଇଁ ଡାକ୍ତରର ଭୂମିକା ଯେତିକି ଗୁରୁତ୍ୱପୂର୍ଣ ଜଣେ ଫାର୍ମାସିଷ୍ଟର ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ । ଏଥିସହ ଗୋଟେ ରୋଗର ଔଷଧ ନିର୍ମାଣଠାରୁ ଆରମ୍ଭ କରି ଗାଁ ଗାଁରେ ଲୋକଙ୍କୁ ଚିକିତ୍ସା ଯୋଗାଇବାରେ ଜଣେ ଫାର୍ମାସିଷ୍ଟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ମାଲକାନଗିରି ଜିଲ୍ଲାରେ କରୋନା, ମ୍ୟାଲେରିଆ , ଡେଙ୍ଗୁ ଭଳି ଅନେକ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜଣେ ଫାର୍ମାସିଷ୍ଟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଏଥି ସହ ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ସଂଘର ସଭାପତି ସତବୀର ସିଂ ରିଆର, ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ, ରବୀନ୍ଦ୍ର କୁମାର ପାତ୍ର ସମେତ ଅନେକ ଫାର୍ମାସିଷ୍ଟ ଉପସ୍ଥିତ ଥିଲେ । ପ୍ରତ୍ୟକ କାମରେ ଫାର୍ମାସିଷ୍ଟ ମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ହେତୁ ସେମାନଙ୍କ ଦାବି ଗୁଡିକ ସରକାର ପୂରଣ କରିବା ପାଇଁ ଫାର୍ମାସିଷ୍ଟ ମାନେ ସରକାରଙ୍କୁ ଗୁହାରି କରିଥିଲେ ।

Leave A Reply

Your email address will not be published.