xmas

ଫୁଲବାଣୀରେ ଚକ୍ଷୁ ଚିକିତ୍ସା ଶିବିର, ୪୩ଜଣ ମୋତିଆ ବିନ୍ଦୁ ଚିହ୍ନଟ

ଫୁଲବାଣୀ, ୨୫/୦୯: ଫୁଲବାଣୀ ହାଟପଦାସ୍ଥିତ ମାଆ ନାରାୟଣୀଙ୍କ ସମ୍ମିଳନୀ କକ୍ଷରେ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ୟରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ୨୦୦ରୁ ଅଧିକ ଚକ୍ଷୁ ରୋଗୀଙ୍କ ଚିକିତ୍ସା କରାଯାଇଛି। ସେଥିମଧ୍ୟରୁ ୪୩ଜଣ ମୋତିଆ ବିନ୍ଦୁ ଅପରେସନ ପାଇଁ ଚିହ୍ନଟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୨୭ଜଣଙ୍କୁ ସୋନପୁର ସ୍ଥିତ ବୀରମହାରଜପୁର ବଣ୍ଡାପାଲିରେ ଥିବା ମହାନଦୀ ନେତ୍ର ଚିକିତ୍ସାଳୟକୁ ନିଆଯାଇଛି। ସେଠାରେ ମାଗରେ ଚକ୍ଷୁ ଅପରେସନ କରାଯିବ। ଯିବା ଆସିବା ଖାଇବ ରହିବା ଔଷଧ ଓ ଚିକିତ୍ସା ବ୍ୟବସ୍ଥା ଚିକିତ୍ସାଳୟ ପକ୍ଷରୁ କରାଯାଇଛି। ଅପରେସନର ୨୪ଘଣ୍ଟା ପରେ ପୁନର୍ବାର ଆଣି ଛାଡିବାର ବ୍ୟବସ୍ଥା କରାଯାଇଛି। ଗତ ମାସରେ ୨୩ଜଣଙ୍କ ମୋତିଆ ବିନ୍ଦୁ ଅପରେସନ ସଂମ୍ପୂର୍ଣ୍ଣ ସଫଳ ହୋଇଛି। ମିଳିତ ନାଗରିକ କମିଟିର ସଭାପତି ଡ ଅରୁପ ଜେନା, ନାରାୟଣ ସାହୁଙ୍କ ସହ ସଚେତନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଣବ ମଣ୍ଡଳ, ବ୍ରହ୍ମାନନ୍ଦ ପାଣି ଗ୍ରାହୀ, ରାଜୁ ପାଢୀ, ବଂଶୀଧର ପଣ୍ଡା, ପ୍ରମୋଦ ସାହୁ, ନବିନ କିଶୋର ପଣ୍ଡା, ନବ କିଶୋର ରଥ, ହେମନ୍ତ ମହାନ୍ତି, ବିକାଶ ମହାନ୍ତି ,ସୁବାଷ ବେହେରା ପ୍ରମୁଖ ଶିବିର ଆୟୋଜକ ଓ ସହଯୋଗ କରିଥିଲେ। କନ୍ଧମାଳ ଜିଲ୍ଲା ଚକ୍ଷୁ ବିଭାଗ ସ୍ଥାଣୁ ଅବସ୍ଥାରେ ଥିବାରୁ ଜିଲା ବାହାର ଘରୋଇ ସଂସ୍ଥା ଉପରେ ଲୋକମାନେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଦୀର୍ଘ ବର୍ଷ ଧରି ଜିଲ୍ଲା ଚକ୍ଷୁ ବିଭାଗରେ ଅତ୍ୟାଧୁନିକ ବ୍ୟବସ୍ଥା ଥିବାବେଳେ ରୋଗୀମାନଙ୍କୁ ସେବା ଦିଆଯାଉ ନଥିବାରୁ ମିଳିତ ନାଗରିକ କମିଟି ପକ୍ଷରୁ କ୍ଷୋଭ ପ୍ରକାଶ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ ଡଃ ସନ୍ତୋଷ କୁମାରଙ୍କ ସହ ଧର୍ମରାଜ ନାୟକ, ପ୍ରତ୍ୟୁଷ ଦାସ, ସରୋଜ ସିଂହଦେଓ, ମହେନ୍ଦ୍ର ମେହେର, ଦୈତାରୀ ଅମାତ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.