ମାଲକାନଗିରି,୨୫/୯ ମାଲକାନଗିରିର ବିଜେପିର ଯୁବ ମୋର୍ଚ୍ଚା ତରଫରୁ ପାଙ୍ଗାମ ଠାରେ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ଭବାନୀ ଶଂଙ୍କର ମୁଖାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି, ଜିଲ୍ଲା ସାଧାରଣ ସଂପାଦକ ମାଣିକ ଲାଲ ଚକ୍ରବର୍ତ୍ତୀ, ସଂଜୟ ସରକାର, ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସଜୁ ସରକାର, ନିହାର ରାୟ, ଗଣେଶ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଥିଲା ବିଜେପି ଯୁବ ମୋର୍ଚ୍ଚାର ଦ୍ବିତୀୟ ରକ୍ତଦାନ ଶିବିର। ଜିଲ୍ଲାର ବିଭିନ୍ନ ଅଞ୍ଚଳରେରେ ଏଭଳି ରକ୍ତଦାନ କରିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଇଛି। ଜିଲ୍ଲାରେ ରକ୍ତର ଘୋର ଅଭାବ ରହିଥିବାରୁ ବିଜେପି ଏହି ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନେଇ ଲୋକଙ୍କ ଜୀବନ ବଞ୍ଚାଇବ ବୋଲି କହିଛି। ଏହି କାର୍ଯ୍ୟକ୍ରମକୁ ଯୁବ ମୋର୍ଚ୍ଚାର ଜିଲ୍ଲା ସାଧାରଣ ସଂପାଦକ ରତନ ବନିକ, ଜ୍ୟୋତିରଂଜନ ବେହେରା, ଅଜୟ କୁମାର ଦେ, ନାରାୟଣ ଖରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.