xmas

ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ, ୨୫/୦୯: ରବିବାର କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଫୁଲବାଣି ପାରିଜାତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ତଥା ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାନେତ୍ରୀ ଶୃତି ପଟନାୟକ, କନ୍ଧମାଳ ପ୍ରଭାରୀ ରଶ୍ମି ପଟନାୟକ, ଅର୍ଚନା ପ୍ରଧାନ, ଜିଲ୍ଲା ବିଜେପି ସଭାପତି, ଜଗନାଥ ସାହୁ, ଉପସଭାପତି ରମେଶ ମହାନ୍ତି, ଦେଵନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଅଧିକରୁ ଅଧିକ ମହିଳା ମାନଙ୍କୁ ସାମିଲ କରି ବିଜେପି ମହିଳା ମୋର୍ଚ୍ଚାକୁ ଅଧିକ ସୁଦୃଢ କରିବା ଲାଗି ମତ ଦେଇଥିଲେ l ଏଥି ସହ ମହିଳାମାନେ ଯେପରି ସୁରକ୍ଷିତ ରହିବେ ଓ ସେମାନଙ୍କ ସମସ୍ୟା ପ୍ରତି ଦଳ ଦ୍ରୁଷ୍ଟି ଦେବା ସଙ୍ଗେ ମହିଳା ମାନେ ଯେପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେବା ପାଇଁ ମତବ୍ୟକ୍ତ କରିଥିଲେ l ଏହି ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ l

Leave A Reply

Your email address will not be published.