xmas

ମା ଶ୍ୟାମକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ମାଲକାନଗିରି: ମାଲକାନଗିରି ସହର ନିକଟସ୍ଥ ସତୀଗୁଡା ଡ୍ୟାମସାଇଟ୍ ଏମ୍ ଭି ୧୧୧ ରାମ କ୍ରିଷ୍ଣା ଯୁବକ ସଂଘ ଗ୍ରାମ କମ୍ମିଟି ତରଫରୁ ମା ଶ୍ୟାମକାଳୀଙ୍କ ଏକ ନୂତନ ମନ୍ଦିର ତିଆରି କରାଯାଇଛି । ଏହି ମା ଶ୍ୟାମା କାଳୀଙ୍କ ମନ୍ଦିରକୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାନ୍ୟବର ପୂର୍ବତନ ବିଧାୟକ ମାନସ ମାଡକାମୀ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ଭବ୍ୟ ଅତିଥି ଭାବରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା ,ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ପାଣ୍ଡ ,ଯୁବ ନେତା ହେମନ୍ତ ପଟ୍ଟନାୟକ ,ଯୁବ ନେତା ସଦାନନ୍ଦ ଖରା ,ସିନ୍ଦ୍ରିମାଲ ସରପଞ୍ଚ ଘାସି ନାୟକ ,ୱାର୍ଡ ସଭ୍ୟ ଦେବାଶିଷ ମଣ୍ଡଳଙ୍କ ସହ ଗ୍ରାମର ସମସ୍ତ ଭଦ୍ର ମଣ୍ଡଳୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ମାନସ ମାଡକାମୀଙ୍କୁ ଓ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀ ସହ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ୨ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.