xmas

ଟିମ ହ୍ୟୁମାନୀଟିର ପ୍ରଶଂସନୀୟ କାର୍ଯ୍ୟ; ଫୁଲବାଣୀ ଡାକପାଲା ଅଞ୍ଚଳରେ ସାତ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ, ୩୦/୦୯: ଏଇ ଗତ କିଛିଦିନ ହେବ ଫୁଲବାଣୀ ସହର ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ସରୀସୃପ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ବିଗତ କିଛି ଦିନ ହେବ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ ଦ୍ବାରା ବହୁ ସଂଖ୍ୟାରେ ଅଜଗର ସାପ ଉଦ୍ଧାର କରାଯାଇଛି। ଗତକାଲି ଏଫସିଆଇ ନିକଟରୁ ବୁଧବାର ଏକ ଅଜଗର ସାପ ଉଦ୍ଧାର କରାଯାଇଥିବା ବେଳେ ପୁଣି ଗୁରୁବାର ମଧ୍ୟ ଡାକପାଲା ଅଞ୍ଚଳର ବିଷ୍ଣୁ ଚରଣ ମଲ୍ଲିକଙ୍କ ଘର ନିକଟରେ ଏକ ୭ ଫୁଟର ଅଜଗର ସାପ ପଶିଯାଇଥିବା ନେଇ ଡାକପାଲା ଅଞ୍ଚଳର ସମୀର ଘଟାଲ ନାମକ ଜଣେ ସ୍ଵେଛାସେବୀ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଫୋନରେ ସୂଚନା ଦେଇଥିଲେ। ଖବର ପାଇବା କ୍ଷଣି ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଆଲୋକ କୁମାର ବିଶୋଇ, ଏସ କେ ଅବଦୁଲ ସାକୀର ଏବଂ ଅନୁପ ବିକ୍ରମ ପାତ୍ର ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାପଟିକୁ ପୁନଶ୍ଚ ଦୂର ଜଙ୍ଗଲବାସ କରିବା ପାଇଁ ଛାଡିଥିଲେ l ଟିମ୍ ହ୍ୟୁମାନୀଟି ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ ଡ଼ାକପାଲା ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.