xmas

କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଉଦଘାଟିତ


ଫୁଲବାଣୀ, ୩୦/୦୯: ଶୁକ୍ରବାର କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଛି l ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସର ରେ ମୁଖ୍ୟ ଅତିଥି ଜିଲ୍ଲାପାଳ ପାଟିଲ ସାମ୍ବାଦିକମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ସହ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ l ଫୋରମ ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ରତ୍ନାକର ପତି, ବରିଷ୍ଠ ମୁକ୍ତ ସାମ୍ବାଦିକ ପ୍ରିୟରଞ୍ଜନ ସାହୁ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, କିଟ ବିଶ୍ୱବିଦ୍ୟାଳୟର ସ୍କୁଲ ଓ ମାସ ଏଜୁକେସନର ଅଧ୍ୟାପକ ରାଜୀବ ପଣ୍ଡା, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥି, ସହକାରୀ ପ୍ରଫେସର ଡ଼ଃ. ଜ୍ୟୋତି ପ୍ରକାଶ ମହାପାତ୍ର, ଅରବିନ୍ଦ ମହାପାତ୍ର ଫୋଟୋ ସାମ୍ବାଦିକ ପ୍ରମୁଖ ଯୋଗ ଦେଇ ସାମ୍ବାଦିକଙ୍କ କର୍ତବ୍ୟ, ମୂଲ୍ୟବୋଧ ଉପରେ ବର୍ଣନା କରିଥିଲେ l ସେହିପରି ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ଅତିଥିମାନେ l ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ସୂର୍ଯ୍ୟ ବେହେରା ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.