mobile header

STF କବ୍‌ଜାରେ ୨ ଗଞ୍ଜେଇ ବେପାରୀ, ଦାମୀ ଗାଡ଼ି ସହ ବନ୍ଧୁକ ଜବତ

ଏସ୍‌ଟିଏଫ୍‌ ପଞ୍ଝାରେ ୨ ଗଞ୍ଜେଇ ବ୍ୟବସାୟୀ । ଅନୁଗୁଳ କିଶୋରନଗର ବାଙ୍କପଲାଶା ଅଞ୍ଚଳରୁ ଗିରଫ କଲା ଏସ୍‌ଟିଏଫ୍‌ । ଗିରଫ ୨ ଜଣ ହେଲେ ସୁଶାନ୍ତ କୁମାର ସାହୁ ଏବଂ ଯୁଗଳ ସାହୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗଞ୍ଜେଇ କାରବାର ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଟିମ୍‌ ଅନୁଗୁଳ ବାଙ୍କପଲାଶା ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ଏସ୍‌ଟିଏଫ୍‌ ଟିମ୍‌ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୬୫ କେଜି ଚୋରା ଗଞ୍ଜେଇ ସହ ଏହାସହ ଗୋଟିଏ ଦାମୀ କାର୍ , ଗୋଟିଏ ପଲସର୍ ବାଇକ୍ ଏବଂ ଗୋଟିଏ ବନ୍ଧୁକ ଜବତ କରିଛି ଏସ୍‌ଟିଏଫ୍‌ । ଏନେଇ ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.