ପୋଲିସ ମିତ୍ରଙ୍କ ଆତଙ୍କରାଜ: ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ

ଭୁବନେଶ୍ବର (ଗାଁରୁ ସହର): ରାଜଧାନୀରେ ଅପରାଧୀ ମାନେ ରକ୍ତମୁଖା ହୋଇ ଉଠି ଥିବା ବେଳେ ଖୋଦ୍ ପୋଲିସ ମିତ୍ରଙ୍କ ଆତଙ୍କରାଜ ସବୁ ସୀମା ଟପି ଯାଇଛି। ପୋଲିସ ମିତ୍ର ଓ ତାହାର ସାଥୀ ମାନେ ବିଚ୍ ବଜାରରେ ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରି ଫେରାର ହେବା ଓ ପୋଲିସ ଏକ ଘଣ୍ଟା ପରେ ପହଞ୍ଚିବା ଅଞ୍ଚଳବାସୀଙ୍କୁ ହତବାକ କରିପକାଇଛି। ଅପରାଧୀ ବେଶରେ ପୋଲିସ ମିତ୍ରଙ୍କୁ ଥାନା ପକ୍ଷରୁ ଏକ ପ୍ରକାର ପ୍ରୋତ୍ସାହନ ମିଳିବା ନେଇ ଅଭିଯୋଗ ସମ୍ବେ ଦନର ବିଷୟ ହୋଇଛି।

ଦାଦାବଟି ପାଇଁ ରାଜଧାନୀରେ ଦେଖିବାକୁ ମିଳିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ । ବିଚ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୁତ୍ତ । ଏଭଳି ଅମାନବୀୟ କାଣ୍ଡ ଦେଖାଯାଇଛି ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଚକେଇସିଆଣିରେ । ସୂଚନା ଅନୁସାରେ, ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ତେଣୁ ସାରା ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି । ଚକେଇସିଆଣିରେ ମଙ୍ଗଳବାର ୪ ଜଣ ଯୁବକ ମିଶି ଦାଦବଟି ଆଦାୟ କରିବା ସମୟରେ ତାଙ୍କୁ ଜଣେ ଯୁବକ ବିରୋଧ କରିଥିଲେ । ଏହାପରେ ଯୁବକଙ୍କ ଜୀବନ ନେବାକୁ ଧାରୁଆ ଅସ୍ତ୍ର ଧରି ମାରିବାକୁ ଗୋଡାଇଥିଲେ ଦୁର୍ବୃତ୍ତ । ଅପରାଧୀଙ୍କ ଶିକାର ହୋଇଥିବା ଏହି ଯୁବକ ହେଲେ ଜୀବନଜ୍ୟୋତି ମହାନ୍ତି (୨୫) । ଦାଦବଟି ନ ଦେବାରୁ ଜ୍ୟୋତିଙ୍କୁ ବିଚ ରାସ୍ତାରେ ଆତି ନିର୍ମମ ଭାବେ ହତ୍ୟା କରିବାକୁ କରିଛନ୍ତି ଏହି ୪ ଜଣ ଦୁର୍ବୁତ୍ତ । ତେବେ ନିଜ ଜୀବନ ବଞ୍ଚାଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୀବନ ଜ୍ୟୋତି । ଅଭିଯୁକ୍ତ ଏହି ୪ ଜଣଙ୍କ ମଧ୍ୟରେ ଜଣେ ପୋଲିସ ବାବୁଙ୍କ ଜଣାଶୁଣା ବ୍ୟକ୍ତି ରହିଥିବା କୁହାଯାଇଛି ।

Leave A Reply

Your email address will not be published.