କନ୍ଧମାଳରେ ୬୫ ନୂତନ ପ୍ରକଳ୍ପ ଦ୍ୱାରା ୧୨୯୨ ହେକ୍ଟର ଜମି ଜଳସେଚିତ

ଫୁଲବାଣୀ, ୧୮/୧୦: ଚାଷୀ ଓ ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି l ଆଉ ଅଧିକରୁ ଅଧିକ ଚାଷ ଜମି ଯେପରି ଜଳସେଚିତ ହୋଇପାରିବ ସେଥି ପାଇଁ ଅନେକ ଯୋଜନା କରିଛନ୍ତି ସରକାର l ଆଉ ଆରଆଇଡ଼ିଏଫ ଯୋଜନା ମାଧ୍ୟମରେ ଉଠା ଜଳସେଚନ ବିଭାଗ ଦ୍ୱାରା କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ୬୫ଟି ପ୍ରୋଜେକ୍ଟ ମାଧ୍ୟମ ରେ ୧୨୯୨ ହେକ୍ଟର ଚାଷ ଜମି କୁ ଜଳ ସେଚନ ଯୋଗାଇଦେବା ଲାଗି ପ୍ରକଲ୍ପ କାର୍ଯ୍ୟ ଆରମ୍ଭ ହୋଇଛି l ଏହି ୬୫ଟି ପ୍ରକଳ୍ପରେ ଉଠା ଜଳସେଚନ ବିଭାଗ ପକ୍ଷରୁ ଵିକେଭିୱାଇରେ ୧୭ କୋଟି ୯୬ ଲକ୍ଷଟଙ୍କା ବ୍ୟୟ କରାଯିବ ବୋଲି ଫୁଲବାଣୀ ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ରୁଦ୍ର ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି l ବର୍ତମାନ ସୁଧା ୧୩ ଗୋଟି ପ୍ରକଲ୍ପ କାର୍ଯ୍ୟ ସରିଛି l ଆଉ ୫୨ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି ଓ ମାର୍ଚ୍ଚ ୨୦୨୩ ସୁଧା ସରିବ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ. ମିଶ୍ର କହିଛନ୍ତିl ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ ରୁଦ୍ର ପ୍ରସାଦ ମିଶ୍ରଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟଦକ୍ଷତା ସହ ଉନ୍ନତ ଜ୍ଞାନ କୌଶଳ ଯୋଗୁଁ ଜିଲାରେ ଚାଷୀ ମାନଙ୍କ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ସଂଭବ ହେବା ସହ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଆଗ୍ରହ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପ୍ରକଳ୍ପ ଗୁଡିକ ଉଚ୍ଚମାନର ହେବା ସହ ନିର୍ଧାରିତ ସମୟ ସୀମା ମଧ୍ୟରେ ସରିପାରୁଛି ଆଉ ଚାଷୀ ଉପକୃତ ମଧ୍ୟ ହେଇପାରୁଛନ୍ତି l ବିଭାଗ ସୁତ୍ରରୁ ଜଣାପଡିଛି ଯେ, ବାଲିଗୁଡା ବ୍ଲକରେ ୨୨ ଗୋଟି ପ୍ରକଳ୍ପ ଜରିଆରେ ଚାରିଶ ଚାଳିଶ ହେକ୍ଟର, ଚକାପାଦରେ ଚାରିଟି ପ୍ରକଳ୍ପ ମାଧ୍ୟମରେ ୭୬ ହେକ୍ଟର, ଦାରିଙ୍ଗବାଡି ୫ଟି ପ୍ରକଳ୍ପ ଦ୍ୱାରା ୧୦୦ ହେକ୍ଟର, କ. ନୂଆଗାଁରେ ୬ଟି ପ୍ରକଳ୍ପରେ ୧୨୦ ହେକ୍ଟର, ଖଜୁରୀପଡାରେ ଦୁଇଟି ପ୍ରକଳ୍ପରେ ଚାଳିଶ ହେକ୍ଟର, ଫିରିଙ୍ଗିଆରେ ୯ଟିରେ ୧୭୬ ହେକ୍ଟର, ଫୁଲବାଣୀରେ ୬ଟିରେ ୧୨୦ ହେକ୍ଟର, ରାଇକିଆ ଗୋଟିଏ ପ୍ରକଳ୍ପ ଦ୍ୱାରା କୋଡିଏ ହେକ୍ଟର, ଟିକାବାଲିରେ ତିନୋଟିରେ ୬୦ ହେକ୍ଟର ଓ ତୁମୁଡିବନ୍ଧ ବ୍ଲକ ରେ ୭ଟି ପ୍ରକଳ୍ପ ଜରିଆରେ ଶହେ ଚାଳିଶ ହେକ୍ଟର ଏଭଳି ମୋଟ ୧୨୯୨ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ବୋଲି କୁହାଯାଇଛି l

Leave A Reply

Your email address will not be published.