ମଧୁବାବୁଙ୍କ ଜନ୍ମପୀଠରେ କାର୍ତ୍ତିକ ପାଣ୍ଡିଆନ

  • ଶ୍ରଦ୍ଧାଞ୍ଜଳି ଦେଲେ
  • ସଂଗ୍ରହଳାୟ ପରିଦର୍ଶନ କଲେ

ଭୁବନେଶ୍ୱର, ୨୮/୦୨/୨୦୨୪: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିବସ । ଏହି ଅବସରରେ ୫-ଟି ଅଧକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଅପରାହ୍ନରେ ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସେ ମଧୁବାବୁଙ୍କ ଜନ୍ମପୀଠରେ କରାଯାଇଥିବା ସଂଗ୍ରହାଳୟ ପରିଦର୍ଶନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହ ମଧୁବାବୁଙ୍କ ମହାନତା ବିଷୟରେ ଆଲୋଚନା କରିଥିଲେ । ମଧୁବାବୁଙ୍କ ଜନ୍ମପୀଠର ବିକାଶ କାମ ଏବଂ ସତ୍ୟଭାମାପୁର ଯୁବ ସମାଜ ପାଇଁ ଏକ ପ୍ରେରଣା ସ୍ଥଳ ପାଲଟିଥିବାରୁ ସେମାନେ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ ଗତ ବର୍ଷ ସତ୍ୟଭାମାପୁର ଯାଇଥିଲେ ଏବଂ ପରେ ମୁଖ୍ୟମନ୍ତ୍ରୀ ୫-ଟି ଉପକ୍ରମରେ ୨୩ କୋଟି ଟଙ୍କାର ବ୍ୟୟ ଅଟକଳରେ ମଧୁ ବାବୁ ଜନ୍ମପୀଠ ଓ ସଂଗ୍ରହାଳୟର ବିକାଶ ପ୍ରକଳ୍ପ ମଂଜୁର କରିଥିଲେ । ଓଡ଼ିଆ ଜାତିର ଏହି ମହାନ ଐତିହ ପୀଠ ଆଜି ସମଗ୍ର ଓଡିଶାର ଗୌରବ ପାଲଟିଛି ।

Leave A Reply

Your email address will not be published.