ରାହୁଲଙ୍କ ଓଡିଶା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ: ବିଜେଡି

ବାରମ୍ବାର ହାରୁଥିବା ଦଳୀୟ କର୍ମୀଙ୍କ ମନୋବଳ ବଢାଇପାରେ
ଭୁବନେଶ୍ୱର, ୨୮/୦୪/୨୦୨୪: କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତରେ ଆସି ସାଲେପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ତାଙ୍କ ଗସ୍ତ ଓଡ଼ିଶା କଂଗ୍ରେସର ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଗସ୍ତ କିନ୍ତୁ କ୍ରମାଗତ ଭାବେ ନିର୍ବାଚନ ହାରି ଆସୁଥିବା ନିରାଶ କଂଗ୍ରେସ କର୍ମୀଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ । ସେହି ଦୃଷ୍ଟିକୋଣରୁ ତାଙ୍କର ଓଡ଼ିଶା ଗସ୍ତ କଂଗ୍ରେସ ପାଇଁ ଲାଭଦାୟକ ହୋଇପାରେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Leave A Reply

Your email address will not be published.