ନିର୍ବାଚନ ପ୍ରଚାର ଓ ଖରାର ଉଷ୍ଣତା ଭିତରେ ପଖାଳର ମଜ୍ଜା ନେଲେ ପାଣ୍ଡିଆନ

ଭୁବନେଶ୍ୱର: ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାରର ଉଷ୍ଣତା ମଧ୍ୟରେ ପଖାଳର ମଜ୍ଜା ନେଇଛନ୍ତି ୫-ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକସଭାର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ଭୋଧିତ କରିଥିଲେ। କଲାହାଣ୍ଡିର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସାଥୀରେ ଥିଲେ ପ୍ରଚାର ଖବର କରିବାକୁ ଆସିଥିବା ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ।

ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ । କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ ବଡି ଚୁରା ଭେଣ୍ଡି ଭଜା ଆଳୁ ଭରତା ଆଉ ଦହିର ମଜ୍ଜା ନେଇ ଥିଲେ ଦୁଇ ଜଣ ।

ଉଭୟ ରାସ୍ତା କଡ଼ ଜଙ୍ଗଲରେ ପାଖଳ ଖାଇବା ସହ ବେଶ କିଛି ସମୟ ନିର୍ବାଚନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। ଏଥି ସହିତ ଦିନେ ଭୋକର ଭୂଗୋଳ ଭାବେ ଦେଶରେ ପରିଚୟ ପାଉଥିବା କଳାହାଣ୍ଡି କେମିତି ଆଜି ସାରା ଦେଶ ପାଇଁ ଭାତ ହାଣ୍ଡି ହୋଇପାରିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେମିତି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଛନ୍ତି ତାହା ରାହୁଲ କନୱାଲଙ୍କୁ କହିଥିଲେ କାର୍ତ୍ତିକ ପାଣ୍ଡିଆନ।

ଏଥି ସହିତ କାର୍ତ୍ତିକ ପାଣ୍ଡିଆନ ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲଙ୍କୁ ପଖାଳର ଉପକାରିତା ଓ ପ୍ରସ୍ତୁତି ବିଷୟରେ ବୁଝାଇବା ସହ ଓଡ଼ିଆଙ୍କ ର ଏହି ସାଧାରଣ ତଥା ହିତାକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥି ମାନଙ୍କୁ ପରଷିଥାନ୍ତି ସେ ବିଷୟରେ ମଧ୍ୟ କହିଥିଲେ। ପରେ ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରି ଯାଇଥିଲେ ।

Leave A Reply

Your email address will not be published.