ବିଜେଡିର ସଭା ଓ ମହା ମିଶ୍ରଣ ପର୍ଵ

ମାଲକାନଗିରି, ୦୮/୦୫: ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକର ତରଲାକୋଟା ପଂଚାୟତର ପାଟଣାଗୁଡା ହାଟପଦା ଠାରେ ବୁଧବାର ଦିନ ଏକ ବିଶାଳ ସଭା ଓ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ସାଙ୍ଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ନରେଶ ମହାନ୍ତି, ମହିଳା ସଭାନେତ୍ରୀ ଲୋରା ମହାପାତ୍ର ଓ ଉପ ସଭାପତି ନୃସିଂହ ମହାନ୍ତି, ପ୍ରାର୍ଥୀନି ଲଷ୍ମୀପ୍ରିୟା ନାୟକ ଯୋଗ ଦେଇଥିଲେ। ପଂଚାୟତର ସମସ୍ତ ମା ଭଉଣୀ ସମେତ ତିନି ହଜାରରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଯୋଗୁଁ ବହୁ ଉନ୍ନତି ଶହ ମାକୁ ସମ୍ମାନ ମିଳିଛି। ପଂଚାୟତସ୍ତରରେ ବହୁତ ଉନ୍ନତି ହୋଇଛି। ବିକାଶ ଦେଖୁଛି ଜିଲ୍ଲା ବୋଲି ଅତିଥି ମାନେ କହିଛନ୍ତି। ସଭାରେ ବିଧୟିକା ପ୍ରାର୍ଥୀନି ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀମତୀ ଲଷ୍ମୀପ୍ରିୟା ନାୟକଙ୍କୁ ଶଙ୍ଖ ଚିହ୍ନ ଓ ପ୍ରଦୀପ ମାଝୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।। ଲଷ୍ମୀପ୍ରିୟା ପାଇଁ କିଛି ସମୟ ପାଇ କୋହ ଭରା ହୋଇପଡିଥିଲା ସଭା ସ୍ଥଳ। ସମସ୍ତ ଅତିଥିଙ୍କ ଅଭିଭାଷଣ ପରେ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଥିଲା। ଏଥିରେ ପଂଚାୟତର ଆଗ ଧାଡ଼ିର ବିଜେପି ଓ କଂଗ୍ରେସର ପଚାଶରୁ ଉର୍ଦ୍ଧ ନେତା ଓ ପୋଟେଲ ପଂଚାୟତ ଷାଠିଏରୁ ଅଧିକା ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନ ଜିତୁ ବୁରୁଡ଼ି, ପଂଚାୟତ ସଭାପତି ପଦନାମ ମାଡକାମୀ, ସରପଞ୍ଚ, ବ୍ଲକ ମହିଳା ସଭାନେତ୍ରୀ ମିଠୁ ଓ ଅଶୋକ ପରିଡା ଓ କୈଳାସ ଦୋରା ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ।

Leave A Reply

Your email address will not be published.