ନିର୍ବାଚନ ପାଖେଇ ଆସୁଥିବା ବେଳେ ବଳ ଗୋଟାଉଛି ବିଜେଡି, ଶତାଧିକ ବିଜେପି କଂଗ୍ରେସ କର୍ମୀ ବିଜେଡି ମୁହାଁ

ମାଲକାନଗିରି, ୮।୫: ନିର୍ବାଚନ ପାଖେଇ ଆସୁଥିବା ବେଳେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ଦିନକୁ ଦିନ ସୁଦୃଢ ହେବାକୁ ଲାଗିଛି । ଦଳ ପ୍ରତି ଲୋକଙ୍କ ଅସ୍ତା ବଢିବାରେ ଲାଗିଥିବା ବେଳେ ସହ ସହ ସଂଖ୍ୟାରେ ଅନ୍ୟ ଦଳର କର୍ମୀ ଓ ନେତା ବିଜେଡି ମୁହାଁ ହୋଇଛନ୍ତି । ଏହି କ୍ରମରେ ଆଜି ପୁଣି ଶତାଧିକ ବିଜେପି ଓ କଂଗ୍ରେସର ନେତା ଏବଂ କର୍ମୀ ବିଜେଡି ଦଳରେ ସାମିଲ ହୋଇଛନ୍ତି । ଏହି କ୍ରମରେ ଜିଲ୍ଲା ବିଜେପିର ଉପ ସଭାପତି ମନୋଜ କୁମାର ପାଢୀଙ୍କ ସମେତ ଅନେକ ଦଳୀୟ କର୍ମୀ ଓ କଂଗ୍ରେସ ଦଳର ଅନେକ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଏହି ନବାଗତ ମାନେ ପ୍ରକାଶ କରିଛନ୍ତି ଯେ, ବିଜେପି ଦଳରେ କେବଳ କଥା ବେଶୀ କାମ କମ ଏବଂ ବିଜେପି ନେତୃ ମଣ୍ଡଳୀଙ୍କ କଥାକୁ ଲୋକେ ଭରଷା କରି ପାରୁନାହାନ୍ତି । ଅନ୍ୟପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କମ ଓ କାମ ବେଶୀ ସହ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ । ସେହିପରି ନବୀନ ଓଡ଼ିଶାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ମାଲକାନଗିରି ପୌର ପରିଷଦ, ମାଲକାନଗିରି ବ୍ଲକ ଗୁରାଖୁଣ୍ଟା ଗ୍ରାମ ପଞ୍ଚାୟତର ଏମ୍ ଭି ୨୦ ଗ୍ରାମ ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଖଇରପୁଟ୍ ବ୍ଲକ ଅନ୍ତର୍ଗତ ଆଣ୍ଡ୍ରାହାଲ ଗ୍ରାମ ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ ସକ୍ରିୟ କର୍ମୀ ଦଳ ଛାଡି ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଧାନସଭା ବିଜେଡି ପ୍ରାର୍ଥୀ ମାନସ ମାଡକାମୀଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଜିଲ୍ଲା ବିଜେପିର ବହୁ ଦଳୀୟ ନେତୃ ମଣ୍ଡଳୀ ଓ କର୍ମୀ ଉପସ୍ଥିତ ରହି ନବାଗତଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.