୨୦୨୨-୨୩ ଧନୁଯାତ୍ରା ପାଇଁ ହେବ ନୂତନ କଳାକାର ଚୟନ

ଭୋଟ ମାଧ୍ୟମରେ କାର୍ଯ୍ୟକାରୀ କମିଟିରେ ହେଲା ନିଷ୍ପତ୍ତି l ୭୫ତମ ଧନୁଯାତ୍ରା ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରିବ l ଏଥି ନିମିତ୍ତ ଏକ ସ୍ମାରକୀ ତୋରଣ ନିର୍ମାଣ ନିମିତ୍ତ ନିଷ୍ପତ୍ତି ହେଲା l ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧକ୍ଷତାରେ କାର୍ଯ୍ୟକାରୀ କମିଟିର ବୈଠକ ହୋଇଥିବା ବେଳେ ବୈଠକରେ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସମ୍ପାଦକ ସୁରେଶ୍ୱର ଶତପଥୀ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.