xmas

ସ୍ୱାଧୀନତାର ୭୫ ବର୍ଷ ପରେ ଵି ଜୀବନକୁ ବାଜି ଲଗାଇ ଦଉଡି ସାହାଯ୍ୟରେ ନଦୀପାର

ଫୁଲବାଣୀ, ୧୮/୧୦: ଦେଶ ସ୍ୱାଧୀନତାର ୭୫ ବର୍ଷ ବିତି ଲାଣି ହେଲେ ନଦୀ ଉପରେ ପୋଲ ଟିଏ ନିର୍ମାଣ ହୋଇପାରିଲା ନାହିଁ ଫଳରେ ବର୍ଷା ଆସିଲେ ନଦୀରେ ପାଣି ଆସିଲେ ଲୋକ ଜୀବନକୁ ବାଜି ଲଗାଇ ଦଉଡି ସାହାଯ୍ୟରେ ରାହୁଲ ନଦୀ ପାର ହେଉଛନ୍ତି l ଦଉଡି ଧରି ସମସ୍ତେ ଧାଡ଼ିବାନ୍ଧି ଆସୁଛନ୍ତି l ଦଉଡି ଛିଡିଗଲେ ଜୀବନ ଚାଲିଯିବା ଭୟ ରହିଛି l ପୋଲ ଟିଏ ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ଗ୍ରାମବାସୀ କରିଆସୁଥିଲେ ଵି ସରକାର ପୋଲ ନିର୍ମାଣ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧ ବ୍ଲକ ସିରଲା ପଞ୍ଚାୟତରେ l ଏହି ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗିରପଦର, ପୀଡ଼ାମାହା, ପଙ୍ଗଲ ପଦର, ଆଦି ଗ୍ରାମର ଲୋକେ ନଦୀ ଆରପଟେ ରହୁଛନ୍ତି l ଫଳରେ ବର୍ଷା ଦିନର ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର କିଣିବା ପାଇଁ ପ୍ରତିଦିନ ନିକଟସ୍ଥ ସୁବର୍ଣଗିରି, କୋଟଗଡ଼ ବଜାର ଉପରେ ନିର୍ଭର କରିଥାନ୍ତି l ଖରାଦିନେ ପାଣି ଶୁଖିଯିବା ଫଳରେ ଯେମିତି ସେମିତି ଯିବା ଆସିବା କରିହୁଏ ହେଲେ ବର୍ଷା ଦିନରେ ରାହୁଲ ନଦୀ ବାଧକ ସାଜିଥାଏ ବୋଲି ସରପଞ୍ଚ ନୃସୁଙ୍ଗା ପାଟ ମାଝୀ, ୱାର୍ଡ ମେମ୍ବର ସଂଜ ମଳିକ ପ୍ରମୁଖ କହିଛନ୍ତି l ନିର୍ବାଚନ ସମୟରେ ନେତା ଭୋଟ ପାଇଁ ଗାଁକୁ ଆସିଲେ ପୋଲ କରିଦେବୁ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ଆଉ ଭୋଟ ସରିଲେ ଭୁଲିଯାଉଛନ୍ତି l ଆଉ ଆସୁନାହାନ୍ତି l ରାହୁଲ ନଦୀ ଉପରେ ପୋଲ ନିର୍ମାଣ ନହେଲେ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରାଯିବ ବୋଲି ସରପଞ୍ଚ ପାଟମlଝି ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.