xmas

ବରଗଡ଼ ପୁରୁଣା ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ବନ୍ଦ: କେନ୍ଦ୍ର ଖୋଲିବାକୁ ଆମ୍ ଆଦମୀ ପାର୍ଟିର ଦାବି

ବରଗଡ଼: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା କହୁଥିବା ବେଳେ ବରଗଡ଼ ପୁରୁଣା ମୂଖ୍ୟ ଡାକ୍ତରଖାନାରେ ଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ମେଡିକାଲ ପ୍ରଶାସନ ବନ୍ଦ କରି ଦେଇଛି । ପ୍ରତ୍ୟେକ ଦିନ ଅନେକ ସଂଖ୍ୟାରେ ଅପ୍ରାକୃତିକ ମୃତ ଘଟଣାର ଶବ ବ୍ୟବଚ୍ଛେଦ ଏଠାରେ ହୋଇଥାଏ କିନ୍ତୁ ବରଗଡ଼ ସହରରୁ ଏହାକୁ ଅନ୍ୟତ୍ର ଦୂର ଦୁରନ୍ତକୁ ସ୍ଥାନାନ୍ତର କରିବା ଏକ ଭୁଲ ନିଷ୍ପତ୍ତି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ବରଗଡ ଟାଉନ ଥାନା, ସଦର ଥାନା ଅନ୍ତର୍ଗତ ଅନେକ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦ ଏହି କେନ୍ଦ୍ରରେ ହେଉଥିବାରୁ ଗରିବ ଲୋକଙ୍କ ପାଇଁ ଏହା ଏକ ସହାୟତା ଯୋଗାଇ ଥାଏ କିନ୍ତୁ ୧୨ କିଲୋମିଟର ଦୂରକୁ ବ୍ୟବଚ୍ଛେଦ ପାଇଁ ଯିବା ଓ ସରକାରଙ୍କ ଶବ ବୁହା ଗାଡି ନଥିବାରୁ ପୁଣି ଖର୍ଚ୍ଚାନ୍ତ ହେବା ଲୋକଙ୍କୁ ଆହୁରି ଅସୁବିଧାରେ ପକେଇବ ବୋଲି ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ସେହିପରି ଶବ ରଖା ଗୃହ (ମୋର୍ଚୁଆରୀ) ବରଗଡ଼ ପୁରୁଣା ଡାକ୍ତରଖାନାରେ ଥିବା ବେଳେ ଶବ ବ୍ୟବଚ୍ଛେଦ କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର କରିବା ଏ କି ପ୍ରକାର ନିଷ୍ପତ୍ତି ବୋଲି ସାହୁ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.