ସପ୍ତମ ସହିଦ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ୬୮ ରନରେ ବାଲିଗୁଡା ବିଜୟୀ

ଫୁଲବାଣୀ, ୦୩/୧୧: ଖେଳ ହିଁ ଏକମାତ୍ର ମାଧ୍ୟମ ଯାହା ପରସ୍ପର ମଧ୍ୟରେ ବନ୍ଧୁତ୍ୱ ଓ ଭାତୃତ୍ୱ ଭାବ ସୃଷ୍ଟି କରିଥାଏ, ତା ସାଙ୍ଗକୁ ସ୍ୱାସ୍ଥ୍ୟ ଓ ମନ ମଧ୍ୟ ଭଲ ରହିଥାଏ ବୋଲି ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ କହିଛନ୍ତି l ସେହିପରି ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା କ୍ରୀଡ଼ା ସଙ୍ଘ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଯୋଗ ଦେଇ କ୍ରୀଡାର ବିକାଶ ପାଇଁ ପୋଲିସ କ୍ରିକେଟ ମ୍ୟାଚର ଆୟୋଜନ କରୁଥିବାରୁ ପ୍ରଶଂସା କରିଥିଲେ l ବିଜୟୀ ବାଲିଗୁଡା ଚାମ୍ପିୟାନ ଦଳକୁ ଓ ରନର୍ସଅପ ପୋଲିସ ଟିମକୁ ମୁଖ୍ୟ ଅତିଥି ଏସପି ଅଗ୍ରୱାଲ କପ ପ୍ରଦାନ କରି ପୁରସ୍କୃତ କରିଥିଲେ l ସେହିପରି ବାଲିଗୁଡାର ଗୁଲୁ ମେନ ଅଫ ଦି ମ୍ୟାଚ ହୋଇଥିବା ବେଳେ ପୋଲିସ ଟିମର ଅମରେଶ୍ବର ପାତ୍ର ମ୍ୟାନ ଅଫ ଦି ସିରିଜ ହୋଇଥିଲେ l ସୂଚନା ଯୋଗ୍ୟ ଯେ, ଫୁଲବାଣୀ ପୋଲିସ ରିଜର୍ଭ ଗ୍ରାଉଣ୍ଡ ଠାରେ ଚାଲିଥିବା ସପ୍ତମ ସହିଦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ପୋଲିସ ଓ ବାଲିଗୁଡା ଏସଡ଼ିଏଏ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପୋଲିସ ଟିମକୁ ୬୮ ରନରେ ପରାସ୍ତ କରି ବାଲିଗୁଡା ବିଜୟୀ ହୋଇଛି l ପୋଲିସ ଟିମ ଟସ ଜିତି ବାଲିଗୁଡାକୁ ବ୍ୟାଟିଂ କରିବାକୁ କହିଥିଲା l
ବାଲିଗୁଡା ନିର୍ଧାରିତ କୋଡିଏ ଓଭରରେ ୭ ଉଇକେଟ ହରାଇ ୧୬୭ ରନ କରିଥିବା ବେଳେ ପୋଲିସ ଟିମ ସମସ୍ତ ଉଇକେଟ ହରାଇ ୧୭.0୧ ଓଭରରେ ମାତ୍ର ୯୭ ରନ କରିଥିଲେ l ଅଶୋକ ବେହେରା ଓ ସୁଜନ ଫାଇନାଲ ମ୍ୟାଚରେ ଅମ୍ପାଇର ଭାବେ ସୁଚାରୁରୂପେ ଦାୟିତ୍ୱ ତୁଲାଇଥିଲେ l ଏହି ଟୁର୍ଣ୍ଣାମେଣ୍ଟ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିଲା l ଏଥିରେ ଜିଲ୍ଲାର ବଛା ବଛା ୧୬ ଟିମ ଅଂଶଗ୍ରହଣ କରିଥିଲେ l ପୋଲିସ ରିଜର୍ଭ ଇନିସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସମସ୍ତ ମ୍ୟାଚ ଶାନ୍ତିପୂର୍ଣ ଭାବେ ଅନୁଷ୍ଠିତ ହୋଇଥିଲା l ଆର ଆଇ. ପ୍ରଧାନଙ୍କ ନିଷ୍ଠା, ଆନ୍ତରିକତା, କ୍ରିକେଟ ପ୍ରତି ଥିବା ଆଗ୍ରହ ଓ ଭଲ ପାଇବା ଯୋଗୁଁ ଗତ କିଛି ବର୍ଷ ହେଲା ବିଭିନ୍ନ ସମୟରେ ଏ ଭଳି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଆସୁଛି l

Leave A Reply

Your email address will not be published.