ଆନ୍ତରାଜ୍ୟ ଫୁଟବଲ କୋଟପାଡକୁ ହରାଇ ଭବାନୀପାଟଣା ଫାଇନାଲରେ

କୋଟପାଡ: ଆଜି କୋଟପାଡ ଭୈରବ ପଡିଆ ଠାରେ ଆନ୍ତରାଜ୍ୟ ଫୁଟବଲର ଏକ ହାଇଭଲତେଜ ମ୍ୟାଚରେ ପେନାଲ୍ଟି ଶୁଟ ଆଉଟ୍ ୩-୨ ଗୋଲରେ ସମାପ୍ତ ହୋଇଥିଲା । ପ୍ରଥମେ ଦ୍ଵିତିୟାର୍ଦ୍ଧ୍ ସମୟ ସୁଦ୍ଧା ୧-୧ ଗୋଲରେ ସମାପ୍ତ ହୋଇଥିଲା ତାପରେ ପେନାଲ୍ଟୀ ସୁଟ ଆଉଟ୍ ହୋଇଥିଲା ।ଏଥିରେ କୋଟପାଡ ଖେଳାଳିଙ୍କ ୨ଗୋଲକୁ ଭବାନୀପାଟଣା ଗୋଲ ରକ୍ଷକ ଅଟକାଇ ଥିଲେ ଏବଂ ତାଙ୍କ ଦଳକୁ ଫାଇନାଲରେ ପ୍ରବେଶ କରିଥିଲେ । ଆଜିର ସେମିଫାଇନାଲର ମୁଖ୍ୟ ଅତିଥି ଭାବେ କାଉନସିଲର ବିନୋଦ ବିଶୋଇ (ଟିକୁ) ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ସୀତାନାଥ ବିଶ୍ଵାଳ ,ଏମ,ଡି ଆସିଫ, ଉମେଶ ମଲ୍ଲିକ, ଏମଡି ସଲିମ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ଆଜିର ମୁଖ୍ୟ ପରିଚାଳକ ଭାବେ ଏମଡି ଆସୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.