xmas

RWSS କନିଷ୍ଠଯନ୍ତ୍ର(ମେକାନିକାଲ) ଙ୍କ କାରନାମା

ଅନିୟମିତତା ସୀମା ଟପିଲାଣି, କାହାକୁ ଖାତିର ନାହିଁ ଭିଜିଲାନ୍ସ ତଦନ୍ତ ଦାବି ଜୋର୍ ଧରିଲା

ଭୁବନେଶ୍ବର: ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଗିରଫ ଦାରି ପରେ ଏବେ ଏହି ବିଭାଗର ଜଣେ କନିଷ୍ଠଯନ୍ତ୍ରୀ (Mechanical section,junior Engineer) ଙ୍କ ଦୁର୍ନୀତି ନେଇ ହଟଚମଟ ସୃଷ୍ଟି ହେଇଛି, ଦୀର୍ଘ ୮ବର୍ଷ ହେଲା ସେ କାର୍ଯ୍ଯ କରି ଆସୁଥିଲେ ହେଁ ତାଙ୍କର ଅନିୟମିତତା ପ୍ରତି ସମସ୍ତେ ନୀରବଦ୍ରଷ୍ଟା ସାଜିବା ଏବେ ପ୍ରସଙ୍ଗ ପାଲଟିଛି, ଅବସରପ୍ରାପ୍ତ ବିଭାଗୀୟ ପଦାଧିକାରୀଙ୍କ ମାର୍ଗ ଦର୍ଶନ ରେ କନିଷ୍ଠଯନ୍ତ୍ରୀ ବିଭାଗୀୟ ପଦାଧିକାରୀଙ୍କ ସହ ସଲସୁତୁରା କରି ଧରାକୁ ସରା ମାନୁ ନାହାଁନ୍ତି, ଏପରିକି ନିଜର ପତିଆରା ଜାହିର କରି ଅସମ୍ଭବ କାମକୁ ସମ୍ଭବ କରି ଚାଲିଛନ୍ତି, ଦୀର୍ଘ ଦିନ ହେଲା ଅନୁଗୁଳ, ଢେଙ୍କାନାଳ, ତାଳଚେର ଆଦି ଅଞ୍ଚଳ ରେ ହୋଇଥିବା ଗଭୀର ନଳକୂପ ଖନନରେ ବ୍ୟାପକ ଅନିୟମିତତା ହେବା ସହ ସରକାରଂକ ଗାଇଡ ଲାଇନ କୁ ଦଳି ମକଚି ଦେଇ ମୁନାଫା କରିଥିବା ଗୁରୁତର ଅଭିଯୋଗ ହେଉଛି, ଏବେ କନିଷ୍ଠଯନ୍ତ୍ରୀ ଜଣକ କୋଟିପତି ତାଲିକା ରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି! ଦୁର୍ନୀତିମୁକ୍ତ ରାଜ୍ୟ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଉଛନ୍ତି। ଦୁର୍ନୀତି ନିବାରଣ ସପ୍ତାହ ସମୟରେ ଲକ୍ଷ ଲକ୍ଷ ଅଧିକାରୀଙ୍କ ଓ କର୍ମଚାରୀଙ୍କୁ ଶପଥପାଠ କରାଯାଉଛି। ଏମିତିକି ଦୁର୍ନୀତିଖୋରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉଛନ୍ତି। ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଉଛି। ଏହାସତ୍ତ୍ବେ ଦୁର୍ନୀତିଖୋର୍‌ ଚେତୁ ନାହାନ୍ତି। ୫-ଟି ଛାଟ, ମୋ ସରକାର ବ୍ୟବସ୍ଥା କିଛି ସେମାନଙ୍କ ପାଇଁ କାମ କରୁନି। ଦୀପ ତଳ ଅନ୍ଧାର ଭଳି ରାଜଧାନୀରେ ଏମିତି ସ୍ଥିତିକୁ ନେଇ ସଚେତନ ନାଗରିକମାନେ ଚିନ୍ତା ପ୍ରକଟ କରିଛନ୍ତି।

ସରକାରଂକ ଗାଇଡ ଲାଇନ ଅନୁଯାୟୀ, ଗଭୀର ନଳକୂପ ଖନନ ବେଲେ ୩୦୦ମିଟର ର ପ୍ରାବଧାନ ରହିଛି, ହେଲେ ଯନ୍ତ୍ରୀ ମହୋଦୟ ଏହାକୁ ନିଜକୁ ସୁହାଇଲଭଳି ମାତ୍ର ୧୦୦କିମ୍ୱା ୧୫୦ମିଟର ଖୋଳି ସମ୍ପୂର୍ଣ୍ଣ ହେବାର ଭ୍ରମ ସୃଷ୍ଟି କରି ଅନ୍ୟୟସରେ ସେ ବାବଡ ଫାଇନାଲ ବିଲ କରି ନେଇ ଥାଆନ୍ତି, ଏଭଳି ତରିକା ରେ RWSS Mechanical section ର ଏହି ଜୁନିଅର ଇଞ୍ଜିନିୟର ତାଙ୍କ କାରସଦି ଚଳାଇ ଥିବା ବେଳେ ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଚିନ୍ତାର ବିଷୟ ହୋଇଛି,ଏ କ୍ଷେତ୍ରରେ ଯାହା କାରବାର କରିବା କଥା କରି ଏଭଳି ସନ୍ତର୍ପଣରେ ବିଲ କରି ଲକ୍ଷାଧିକ ଟଙ୍କା ଚଲୁ କରିଥିବା ଅଭିଯୋଗ ହେଉଛି, ଏକାଧିକ ଅନିୟମିତତା କାର୍ଯ୍ୟରେ ସମ୍ପୃକ୍ତ କନିଷ୍ଠଯନ୍ତ୍ରୀ ଙ୍କ କଟକ ରେ ବିଶାଳ କୋଠା ସହ ଏକାଧିକ ପ୍ଲଟ ଥିବା ଚର୍ଚ୍ଚା ହେଉଛି, ଏପରିକି ସେ ବିଭାଗୀୟ କୁବେର ବୋଲି ମଧ୍ୟ ସାଧାରଣ ରେ ଚର୍ଚ୍ଚା ହେଉଛି,RWSS ର ଗଭୀର ନଳକୂପ ଖନନ ଯୋଜନା ରେ ଯନ୍ତ୍ରୀ ମାଙ୍ଗୁଆଲ ସାଜି ଅନିୟମିତତା କରିଚଳିଥିବାବେଲେ ବିଭାଗୀୟ ପଦାଧିକାରୀଙ୍କ ଏଥି ପ୍ରତି ଧ୍ୟାନ ନ ଦେବା ସମସ୍ତଙ୍କୁ ଚକିତ କରିଛି, ଏପରିକି କିଛି ଅବସରପ୍ରାପ୍ତ ବିଭାଗୀୟ ପଦାଧିକାରୀଙ୍କ ଦବଦବା ଏବେ ବି ଜାରି ରହି ଥିବାରୁ କନିଷ୍ଠଯନ୍ତ୍ରୀ ପୂରା RWSS କୁ ନିଜ ଅକ୍ତିଆର କୁ ନେଇ ଆସିଥିବା ଅଭିଯୋଗ ହେଉଛି, ଏ ସବୁ ଦୁର୍ନୀତି ଟଙ୍କା ରେ କନିଷ୍ଠଯନ୍ତ୍ରୀ ଜଣକ କୋଟିପତି ହୋଇ ଥିବା ବେଳେ ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ଗୁମର ଲୋକ ଲୋଚନକୁ ଆସିବ ବୋଲି ଦାବି ହେଉଛି, ଏପରିକି ପ୍ରଥମେ ବିଭାଗୀୟ ତଦନ୍ତ କଲେ ସବୁ ଭିତିରି କାରବାର ଧରାପଡିଯିବା ବୋଲି ଅଭିଯୋଗ ହେଉଛି!ମୋ ସରକାର ବ୍ୟବସ୍ଥା ରାଜଧାନୀ ରେ ଦୁର୍ନୀତି କୁ ନେଇ ସମସ୍ତେ ବ୍ୟଥିତ ଥିବା ବେଳେ ଏହି ଜୁନିଅର ଇଞ୍ଜିନିୟର ଜଣଙ୍କ କିଭଳି ଦୁର୍ନୀତି କୁ ଆପଣେଇ ନେବା ବିଭାଗୀୟ ଅଧିକାରୀଙ୍କ ଭୂମିକା କୁ ଇଙ୍ଗିତ କରୁଛି, ଏହାର ତଦନ୍ତ କରି ବାକୁ ସାଧାରଣ ରେ ଦାବି ହେଉଛି!

Leave A Reply

Your email address will not be published.