mobile header

ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ

ଶନିଦୋଷ ରୁ ମୁକ୍ତି ପାଇବା ପାଇଁ ପୁର୍ନମି ଦିନ ମହାବୀର ଙ୍କ ନିକଟରେ ବିଶେଷ ପୂଜାର୍ଚନା କରିବା ଉଚିତ l କାରଣ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଶନି ଦୋଷ ଦୁରେଇ ଯାଇଥାଏ ଓ ଜୀବନରେ ଶାନ୍ତି ରହିଥାଏ l

  • ଚୈତ୍ର ପୂର୍ଣମୀ ଦିନ ଘିଅରେ ସିନ୍ଦୁର ମିଶାଇ ମହାବୀର ଙ୍କୁ ଲେପ ଲଗାଇବା ଦ୍ୱାରା ହନୁମାନ ସନ୍ତୁଷ୍ଟ ହୋଇ ଥାଆନ୍ତି l ଏହା ସହିତ ସମସ୍ତ ବିପଦ ରୁ ଶନିଦେବ ରକ୍ଷା କରି ଥାଆନ୍ତି l ଶନିବାର ଦିନ ଶନିଦେବ ଙ୍କ ମନ୍ଦିରରେ ଶନି ଚାଳିଶା ନିହାତି ପାଠ କରିବା ଉଚିତ l
  • ଜୀବନ ର ସମସ୍ତ କ୍ଷେତ୍ରରେ ସଫଳତା ଲାଭ କରିବା ପାଇଁ ଏହି ପୂର୍ଣମୀ ଦିନ ମହାବୀର ଙ୍କୁ ଗୋଟା ନଡ଼ିଆ ଓ ଗୋଟା ପାନ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ଜୀବନର ସମସ୍ତ କ୍ଳେଶ ଦୂର ହେବ ଏବଂ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ l
  • ଚୈତ୍ର ପୂର୍ଣମୀ ଦିନ ବିଶେଷ ଯୋଗ ଘଟୁଥିବା କାରଣରୁ ଘରର ମୁଖ୍ୟ ଦ୍ୱାରରେ ପଞ୍ଚମୁଖୀ ମହାବୀର ଙ୍କ ଫଟୋ ଟିଏ ଲଗାନ୍ତୁ l ଯାହା ଆପଣଙ୍କୁ ବାହାରକୁ ଯିବା ସମୟ ରେ ସମସ୍ତ ବିପଦ ରୁ ରକ୍ଷା କରିବ l
  • ନିଜ ଦାମ୍ପତ୍ୟ ଜୀବନ ରେ ସୁଖ ସମୃଦ୍ଧି ପାଇଁ ଏହିଦିନ ହନୁମାନ ଅଷ୍ଟକ ପାଠ କରି ଦାନ ଧର୍ମ କରିବା ଉଚିତ l ଯାହାଦ୍ୱାରା ଆପଣଙ୍କ ଜୀବନ ରେ ଶନିଦେବ ଙ୍କ ଖରାପ ପ୍ରଭାବ ପଡିବ ନାହିଁ l
  • ପୂର୍ଣମୀ ଶନିବାର ହେତୁ ଘରର ମୁଖ୍ୟଦ୍ଵାର ରେ ରାଶି ତେଲରେ ଅଖଣ୍ଡ ଦୀପ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ଶନିଦେବଙ୍କ ସହିତ ଅନ୍ୟ ଗ୍ରହ ମାନଙ୍କର ଖରାପ ପ୍ରଭାବ ଆପଣଙ୍କ ଉପରୁ ଦୂରେଇ ଯିବ l
  • ଖଣ୍ଡିଏ ନାଲି କପଡା ରେ ଗୋଟିଏ ନଡ଼ିଆ ବାନ୍ଧି ତାହାକୁ ଘରର ମୁଖ୍ୟଦ୍ଵାରରେ ଛୁଆଇଁ ହନୁମାନ ମନ୍ଦିରରେ ଅର୍ପଣ କରି ଦିଅନ୍ତୁ l ଦେଖିବେ ଘରର ସମସ୍ତ ଖରାପ ଶକ୍ତି ଦୁରେଇ ଯିବ l ଏହା ସହିତ ଗୁଗୁଳ ରେ ଧୂଆଁ କରିବାକୁ ଭୁଲିବେ ନାହିଁ l
Leave A Reply

Your email address will not be published.