ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା

ହଠାତ୍‌ ପରିବାର ଉପରେ ମାଡ଼ି ଆସିଲା କଳା ବାଦଲ। ପୁଅ ଆଖି ଆଗରେ ସମୁଦ୍ର ଲହଡ଼ିରେ ଭାସିଗଲେ ବାପା । ଏମିତି ଏକ ହୃଦୟ ବିଦାରକ ଘଟଣା ପୁରୀ ଚୈତନ୍ୟ ଛକ ପାଖ ବେଳାଭୂମି ଅଞ୍ଚଳରେ ଆଜି ଘଟିଛି। ନିଖୋଜ ବ୍ୟକ୍ତିଜଣକ ହେଲେ ବାଲେଶ୍ୱରର ବଂଶୀଧର ବେହେରା । ଲାଇଫ୍ ଗାର୍ଡ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରିନି।

ବଂଶୀଧର ବେହେରା ନିଜ ପରିବାର ଲୋକଙ୍କୁ ଧରି ପୁରୀ ବୁଲିବାକୁ ଆସିଥିଲେ । ସମୁଦ୍ରରେ ଗାଧୋଇବା ବେଳେ ବଂଶୀଧର ଓ ତାଙ୍କ ପୁଅ ବେଶ୍‌ ମସ୍ତି କରୁଥିଲେ। କେତେବେଳେ ସମୁଦ୍ର ବାଲିରେ ଲୋଟି ଫଟୋ ପୋଜ ଦେଉଥିଲେ ତ କେତେବେଳେ ସମୁଦ୍ର ଆଡ଼କୁ ଦୌଡ଼ି ପଳାଉଥିଲେ। ହେଲେ ବଂଶୀଧର ହସି ହସି ସମୁଦ୍ର ଭିତରକୁ ଗାଧୋଇବାକୁ ଯାଉଥିବା ବେଳେ ତାଙ୍କୁ ଟାଣି ନେଲା ଲହଡ଼ି । ସମୁଦ୍ର କୂଳରେ ଅପେକ୍ଷା କରିଥିବା ପରିବାର ଲୋକେ ଆଉ ତାଙ୍କ ପତ୍ତା ନ ପାଇବାରୁ କାନ୍ଦ ବୋବାଳି କରିବାକୁ ଲାଗିଥିଲେ।

Leave A Reply

Your email address will not be published.