xmas

କାର୍ଯ୍ୟରେ ଅବହେଳା ପାଇଁ ଚାରି ଶିକ୍ଷକ ଓ ଶିକ୍ଷୟତ୍ରୀ ନିଲମ୍ବିତ

ଫୁଲବାଣୀ, ୧୪/୧୧: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ଚାରି ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରିଛନ୍ତି l ସୂଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅକ୍ଟୋବର ୩୧ ତାରିଖ ଫୁଲବାଣୀର ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ ଓ ବିଇଓ ରଞ୍ଜନ କହଁର ସର୍ତ୍ତାଗୁଡା ଠାରେ ଅପେକ୍ଷା କରି ସ୍କୁଲ ଛୁଟିର ନିର୍ଧାରିତ ସମୟ ପୂର୍ବରୁ ସ୍କୁଲ ଛାଡି ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଟକାଇ ପଚରାଉଚୁରା କରି ଯାଞ୍ଚ କରିଥିବା ବେଳେ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୁଲ୍ୟ କୁମାର ଜେନା ତିଳକପଡା ଛକ ଠାରେ ଚାରିଟା ବେଳେ ପହଞ୍ଚି ଶିକ୍ଷକ ମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ l ସ୍କୁଲ ଦୂରତାକୁ ଭିତ୍ତି କରି ଅନୁସନ୍ଧାନ ପରେ ଚାରି ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କୁଲ ଛୁଟି ବହୁ ପୂର୍ବରୁ ସ୍କୁଲ ଛାଡି ଆସିଥିବା ଜଣାପଡିଥିଲା l ଜିଲ୍ଲାପାଳ କନ୍ଧମାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ ମତେ ଫୁଲବାଣୀ ବିଇଓ ରଞ୍ଜନ କୁମାର କହଁର ଚାରି ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବିତ କରିଥିଲେ l

Leave A Reply

Your email address will not be published.