xmas

ସୀମାନ୍ତ ରେ ବସ ପୋଡ଼ିଲେ ନକ୍ସଲ

ମାଲକାନଗିରି: ପୁଣି ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ କୋଇଲବଡ଼ି ଗ୍ରାମରେ ସଶସ୍ତ୍ର ନକ୍ସଲ ପହଞ୍ଚି ଛିଡ଼ାହୋଇଥିବା ଏକ ଯାତ୍ରୀବାହୀ ବସକୁ ନିଆଁ ଲଗାଇ ପୋଡି ଦେଇଥିଲେ। ବସରେ ବସିଥିବା ଡ୍ରାଇଭର ଏବଂ କଣ୍ଡକ୍ଟରକୁ ଓହ୍ଲାଇ ସେଠାରୁ ଚାଲିଯିବାକୁ କହିଥିଲେ। ସେଠାରେ ପୋଷ୍ଟର ବି ଛାଡି ଥିଲେ। ଏହାପରେ ପଖାଞ୍ଜୁର ଥାନା ଅନ୍ତର୍ଗତ ପିଭି-୪୫ ଗ୍ରାମରେ ଥିବା ଜିଓ ଟାୱାରକୁ ମଧ୍ୟ ନିଆଁ ଲଗାଇ ପୋଡି ଦେଇଥିଲେ। ଏହି ଘଟଣା ପରେ ସେହି ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।

Leave A Reply

Your email address will not be published.