ଏମ.ଭି-୭୯ ଡ଼ଃ ଏସ.ପି ଡିଗ୍ରୀ କଲେଜ ସମ୍ବିଧାନିକ ଦିବସ ପାଳିତ

ମାଲକାନଗିରି, ତା ୨୬.୧୧.୨୦୨୨: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତରେ ଥିବା ଡଃ. ଏସ.ପି. ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ତରଫରୁ ଆଜି ସମ୍ବିଧାନିକ ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସରେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରବାସିନୀ ମହାପାତ୍ର ସଭାପତିତ୍ଵ କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ତାଙ୍କ ଅଭିଭାଷଣରେ ସମ୍ଭିଧାନର ମୁଖବନ୍ଧ ଓ ଆମ୍ବଦେକଙ୍କ ଦର୍ଶନ ଉପରେ କଲେଜର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏଥିରେ ଉପସ୍ଥିତ ଥିବା ଇଂରାଜୀ ଅଧ୍ୟାପକ ଶତ୍ରୁଘ୍ନ ପ୍ରଧାନ, ଇତିହାସ ବିଭାଗର ଅଧ୍ୟାପକ ତାରିଣୀ ଚରଣ ମହାନ୍ତି, ଶିକ୍ଷା ବିଭାଗର ଡେମୋନଷ୍ଟେଟର ଲକ୍ଷ୍ମୀ ପ୍ରସାଦ ବାରିକ, ସମ୍ବିଧାନ ଦିବସ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପି.ଇ.ଟି ଅମିୟ ସରକାର, ଲାଇବ୍ରେରୀ ଆସିଷାଣ୍ଟ ସନ୍ତୋଷ କୁମାର ପାତ୍ର , କିରାଣୀ ପ୍ରଦୀପ ପ୍ରଧାନ, ବ୍ରଜେନ ମିର୍ଧା ସମେତ କଲେଜର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷା ବିଭାଗର ଡେମୋନଷ୍ଟେଟର ଲକ୍ଷ୍ମୀ ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.