ଫୁଲବାଣୀ, ୩୦/୧୧: ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଯୁକ୍ତ ଦୁଇ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଦୁଇ ଅଭିଯୁକ୍ତ ଗୁଡାରୀ ଗ୍ରାମର ଜିତୁ ଦିଗାଲ (୨୫) ଓ ବାଦଲ ଦିଗାଲ (୨୪)ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୩ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ। ପୋଲିସ ସୁଚନା ଅନୁସାରେ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଥିବା ନାବାଳିକା ଜଣକ ତାଙ୍କ ସମ୍ପର୍କୀୟ ଘରେ ରହୁଥିଲେ l ନାବାଳିକା ଜଣକ ରାତିରେ ନିଜ ଗ୍ରାମକୁ ଅଟୋ ଯୋଗେ ଯିବାବେଳେ ଗୁଡାରୀ ନିକଟରେ ଦୁଇ ଅଭିଯୁକ୍ତ ଅଟୋକୁ ଅଟକାଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ରହିଛି l ନାବାଳିକାର ପିତା ଏନେଇ ଖଜୁରୀପଡା ଥାନାରେ ରିପୋର୍ଟ ଦେଇଥିଲେ ଏବଂ ଥାନାଧିକାରୀ ଥାନା କେଶ୍ ନମ୍ବର ୪୦/୨୦୧୮ରେ ପଞ୍ଜିକରଣ କରି ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ହାଜର କରାଇଥିଲେ। ଆଜି ତା ୩୦.୧୧. ୨୦୨୨ ରିଖରେ ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.