
ବରଗଡ଼: ପଦ୍ମପୁର ବିଧାନସଭାର ଉନିର୍ବାଚନ ପ୍ରଚାର ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ମାରାଥନ ପ୍ରଚାର ଯୋର ଧରିବାରେ ଲାଗିଛି। ପାଇକମାଳ ବ୍ଲକ ଅନ୍ତର୍ଗତ ଲଖମରା, ସାପଲହର, ବାଦିକଟା ବୁକରାମୁଣ୍ଡା , ଗ୍ରାମ ପଞ୍ଚାୟତର, କୁଧରେନପାଲି, ବମରିତ, ସାପଲହର, ବାଦିକଟା , ଲହଙ୍ଗିର ପ୍ରମୁଖ ଗାଁ ଗୁଡ଼ିକରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ମାରାଥନ ନିର୍ବାଚନୀ ସଭାମାନ ଅନୁଷ୍ଠିତ ହୋଯାଇଅଛି। ଉକ୍ତ ସଭାରେ କ୍ୟାପଟେନ ଦିବ୍ୟ ସିଂହ ମିଶ୍ରଙ୍କ ତତ୍ବାବଧାନରେ ପ୍ରାର୍ଥୀନୀ ଓ ପର୍ଯ୍ୟବେକ୍ଷକ ମାନେ ଉପସ୍ଥିତ ରହି ବିଜୁ ଜନତା ଦଳର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଏହି ଉନିର୍ବାଚନରେ ବିଜୁ ଜନତା ଦଳର ପର୍ଥିନି ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ନିବେଦନ କରିଥିଲେ । ଏହି ନିର୍ବାଚନୀ ପ୍ରଚାର ସଭାରେ ବିଜେଡି ମନ୍ତ୍ରୀ ରିତା ସାହୁ, ଭଟଲି ବିଧାୟକ ସୁଶାନ୍ତ ସିଂ ଓ ସ୍ଥାନୀୟ ନେତା, ମହିଳା ନେତ୍ରୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ଦାୟିତ୍ଵରେ ଥିବା ବିଧାୟକ କ୍ୟାପଟେନ ଦିବ୍ୟସିଂହ ଉପସ୍ଥିତ ରହି ବିଜୁ ଜନତା ଦଳ ପ୍ରତି ସମର୍ଥନ ପାଇଁ ନିବେଦନ କରିଥିଲେ। ଉକ୍ତ ଗ୍ରାମ ପଞ୍ଚାୟତ ଗୁଡ଼ିକରେ କ୍ୟାପଟେନ ମିଶ୍ର ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ସହ ବିଜେଡି ପ୍ରାର୍ଥୀନୀ ବର୍ଷାଙ୍କ ସହ ଗାଁ ଗାଁ ବୁଲି ବିଜେଡିକୁ ବିଜୟୀ କରିବା ପାଇଁ ମାରାଥନ ପ୍ରଚାର ରୋଡ଼ ସୋ ଚଲାଇଛନ୍ତି । ଆଜି ଦ୍ବିତୀୟ ଦିନରେ ମଧ୍ୟ ଉକ୍ତ ବିଚ୍ଛିନ୍ନାଞ୍ଚଳ ଗୁଡ଼ିକରେ ପ୍ରଚାର ଅଭିଯାନ ଯୋର ଧରିଛି। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ନେତା ଓ କର୍ମୀଙ୍କ ସମେତ ଭୋଟର ବେଶ ଉତ୍ସାହିତ ଥିବାର ଜଣାପଡିଛି।
