ମାଲକାନଗିରି, ତା ୩୧ .୧୨ .୨୦୨୨: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତରେ ଥିବା ଡଃ. ଏସ.ପି. ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ତରଫରୁ ବିଶ୍ବ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରବାସିନୀ ମହାପାତ୍ର ସଭାପତିତ୍ଵ କରିଥିଲେ। ଏମ ଭି ୭୯ ମେଡ଼ିକାଲର ମେଡ଼ିକାଲ ଅଫିସର ଡ଼ଃ ପ୍ରସନଜିତ ରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଡ଼ଃ ରାୟ ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ଯେ ଏଡସ ରୋଗ ଏକ ଆଛୁଆଁ ରୋଗ ନୁହେଁ, ଏହାର ନିରାକରଣ ଓ ପ୍ରତିକାର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ତାଙ୍କ ଭାଷଣରେ କହିଥିଲେ ଏହା ଏକ ସାମାଜିକ ବ୍ୟାଧି ହେଲେ ମଧ୍ୟ ଯଦି ଜଣେ ଏଡସ ରୋଗୀ ମାନସିକ ସ୍ତରରେ ଦୁର୍ବଳ ନୋହୋଇ ସକରତ୍ମକ ଚିନ୍ତାଧାର ରଖିବେ ଏବଂ ଠିକ ସମୟରେ ଚକିତ୍ସା କଲେ ରୋଗୀ ଟିଏ ମୃତ୍ଯୁ ମୁଖରେ ପଡିବ ନାହିଁ ଓ ଆରୋଗ୍ୟ ଲାଭ କରିପାରିବ । ଏଥିରେ କଲେଜର ଇତିହାସ ବିଭାଗ ର ଅଧ୍ୟାପକ ତାରିଣୀ ଚରଣ ମହାନ୍ତି, ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀମନ୍ତ ମହାପାତ୍ର, ଏଡସ ଉପରେ ଛାତ୍ର ଛାତ୍ରୀ ମାନକୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପି.ଇ.ଟି ଅମିୟ ସରକାର, କିରାଣୀ ପ୍ରଦୀପ ପ୍ରଧାନ, ବ୍ରଜେନ ମିର୍ଧା, ସିବୁ ଦତ୍ତ ସମେତ କଲେଜର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷା ବିଭାଗର ଡେମୋନଷ୍ଟେଟର ଲକ୍ଷ୍ମୀ ପ୍ରସାଦ ବାରିକ ତାଙ୍କ ଅଭିଭାଷଣ ପରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କଲେଜର ସମସ୍ତ ଛାତ୍ର ଛାତ୍ରୀ ସମେତ କଲେଜର ଅଧ୍ୟକ୍ଷା ଓ ସମସ୍ତ କର୍ମଚାରୀ ସମସ୍ତେ ମିଶି ଏକ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ।
