ଓଡିଶା ଡ୍ରାଇଭର ମହାସଙ୍ଘର ବୈଠକ, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଦ ଗ୍ରାମ ନିକଟରେ ଅବସ୍ଥିତ ମା’ ଗଙ୍ଗା ଦେବୀ ପୀଠ ରେ ଓଡିଶା ଡ୍ରାଇଭର ମହାସଙ୍ଘ ଗଞ୍ଜାମ ଜିଲ୍ଲା ଶାଖା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଇଁତଳା ଡ୍ରାଇଭର ମହାସଙ୍ଘ ଶାଖା ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲା ସଭାପତି ବାବୁ ଖାନ, ସମ୍ପାଦକ ବବୁଲ ବିଶ୍ୱାଳ, ବ୍ରହ୍ମପୁର ଶାଖାର ସଭାପତି ଲଷ୍ମୀ ନାରାୟଣ ସାହୁ, କାଟୁ ଶାଖା ସଭାପତି ପ୍ରଭୁ ସ୍ବାମୀ, ଛତ୍ରପୁର ଶାଖା ସଭାପତି କିସାନ ଗୌଡ଼ ପ୍ରମୁଖ ଯୋଗଦେଇଥିଲେ। ସଙ୍ଘ ପକ୍ଷରୁ ରାଜ୍ୟ ସରକାର ପାଖରେ ୧୦ ଦଫା ଦାବୀ ରଖାଯାଇଛି। ସେହି ଦାବୀ ଗୁଡିକ ଯଥା ଶୀଘ୍ର ସରକାର ପୂରଣ ନକରିବା ଯୋଗୁଁ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯିବା ପାଇଁ ଚେତାବନୀ ଦିଆଯାଇଛି। ବୈଠକରେ ପୁଇଁତୋଳା ଶାଖାର ସଭାପତି ନରେନ୍ଦ୍ର ଚଣ୍ଡ, ଉପ ସଭାପତି ଧରଣୀ ଧର ସାହୁ, ସମ୍ପାଦକ ବବୁଲ ସାହୁ, କୋଷାଧକ୍ଷ ପ୍ରସନ୍ନ ଛଟଇ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.