ଦାରିଙ୍ଗବାଡି ଇକୋ ରିଟ୍ରିଟରେ କର୍ମଚାରୀଙ୍କୁ ଅଗ୍ନି ପ୍ରତିରୋଧ ତାଲିମ

ଫୁଲବାଣୀ, ୧୦/୧୨: ଏବେ ପର୍ଯ୍ୟଟନ ଋତୁ l ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ପରିବେଶକୁ ମନ ଭରି ଉପଭୋଗ କରିବା ଲାଗି ହଜାର ହଜାର ସଂଖ୍ୟାରେ ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକ ଜିଲ୍ଲାକୁ ଆସୁଛନ୍ତି l ପର୍ଯ୍ୟଟନର ବିକାଶ ପାଇଁ ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅସ୍ଥାୟୀ ଟେଣ୍ଟ ପକାଇ ଇକୋ ରିଟ୍ରିଟ କରାଯାଇ ରହିବା, ଖାଇବା ଆଦି ବ୍ୟବସ୍ଥା କରାଯାଇଛି l ଫଳରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ଅଗ୍ନିକାଣ୍ଡ ଯେପରି ନହେବ ଓ ଦୈବାତ ଅଗ୍ନିକାଣ୍ଡ ଘଟିଲେ ସୁରକ୍ଷା ପାଇଁ କି ପ୍ରକାର ପଦକ୍ଷେପ ନିଆଯିବ, ପର୍ଯ୍ୟଟକ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ଇକୋ ରିଟ୍ରିଟର ସମସ୍ତ କର୍ମଚାରୀଙ୍କୁ ଷ୍ଟେସନ ଅଫିସର ଚିନ୍ମୟ କୁମାର ବାରିକ ତାଲିମ ପ୍ରଦାନ କରିଥିଲେ l ଡେମୋନଷ୍ଟ୍ରେସନ ମାଧ୍ୟମରେ ନିଆଁକୁ କିପରି ରୋକା ଯାଇପାରିବ ସେ ନେଇ ବୁଝାଇଥିଲେ l ଗ୍ୟାସ ସିଲଣ୍ଡର ନିଆଁ, ଟେଣ୍ଟ ନିଆଁ ଲାଗିଲେ ଅଗ୍ନି ନିର୍ବାପକ ଯନ୍ତ୍ର କିପରି ବ୍ୟବହାର କରାଯିବ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏଲଏଫଏମ ଚକ୍ରଧର କହଁର, ଏଫଏମ ଦିଲ୍ଲୀପ ମହାରଣା ପ୍ରମୁଖ ଉପସ୍ଥିତ ରହି ତାଲିମ ଦେବାରେ ସହଯୋଗ କରିଥିଲେ l

Leave A Reply

Your email address will not be published.