ଋଷିମାଳକୁ ସ୍ଥାୟୀ ରାସ୍ତା ନିର୍ମାଣ ଲାଗି ବିଧାୟକଙ୍କ ଭିତ୍ତିପ୍ରସ୍ତର

ଫୁଲବାଣୀ, ୧୯/୧୨: ସୋମବାର ଜି. ଉଦୟଗିରି ବିଧାୟକ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ତାମାଙ୍ଗି ପଞ୍ଚାୟତର ଋଷିମାଳ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଋଷିମାଳ ପର୍ବତକୁ ସ୍ଥାୟୀ ରାସ୍ତା ନିର୍ମାଣ ଲାଗି ତାମାଙ୍ଗି ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ଦୀର୍ଘ ବର୍ଷ ହେଲା ଏଠାକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ଲାଗି ଦାବି ହୋଇ ଆସୁଥିଲା l ଆଜି ଲୋକଙ୍କ ଦାବି ପୂରଣ ହୋଇଛି l ଲୋକେ ବି ବହୁତ ଖୁସିବ୍ୟକ୍ତ କରିଛନ୍ତି l ଆଦିପଙ୍ଗା ଠାରୁ ଋଷିମାଳ ଯାଏ ପନ୍ଦର କିଲୋମିଟର ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ହେବ l ଏହି ରାସ୍ତା ନିର୍ମାଣ ଲାଗି ଦଶ କୋଟିରୁ ଉର୍ଦ୍ଧ ଅର୍ଥ ଖର୍ଚ ହେବ l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସାଂସଦ ପ୍ରତିନିଧି ଅକ୍ଷୟ ନାୟକ, ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ, ହାତୀ ମୁଣ୍ଡା ସରପଞ୍ଚ ନିବେଦିତା କପାଟ ପାତ୍ର, ସମିତି ସଭ୍ୟା ଶିବାନୀ ବିନ୍ଧାଣି, ଦାରିଙ୍ଗବାଡି ଗ୍ରାମ୍ୟ ନିର୍ମାଣ ସହକାରୀ ଯନ୍ତ୍ରୀ ମନ୍ମଥ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ l ବିଧାୟକ ସାଲୁଗା ପ୍ରଧାନଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଯୋଗୁଁ ଏହା ସମ୍ଭବ ହୋଇପାରିଛି l ଏହି ରାସ୍ତା ନିର୍ମାଣ ହେଲେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବା ସହ ଅଞ୍ଚଳର ଲୋକମାନଙ୍କ ସାମାଜିକ ଓ ଅର୍ଥ ନୈତିକ ବିକାଶ ସମ୍ଭବ ହେବ ବୋଲି କହିଥିଲେ l ରାସ୍ତା କାର୍ଯ୍ୟ ଯେପରି ନିର୍ଧାରିତ ସମୟ ମଧ୍ୟରେ ସରିବ ଓ ଉଚ୍ଚମାନର ହେବ ସେଥି ପ୍ରତି ସତର୍କ ଦୃଷ୍ଟି ଦିଆଯିବ ବୋଲି ସହକାରୀ ଯନ୍ତ୍ରୀ ଇଂ. ସୁବୁଦ୍ଧି କହିଥିଲେ l ମନ୍ଦିର ପୁଜକ ଦେବବ୍ରତ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.