ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଗରଦପୁର: ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ଅଧିନ ବସନ୍ତପୁର ଗ୍ରାମର ଦୃଷ୍ଟିଶକ୍ତି ବାଧିତ ବ୍ୟକ୍ତି ହରି ମଳିକଙ୍କର ଆଜି ଦେହାନ୍ତ ହୋଇଛି । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଥିଲେ । ଅନେକ ଦିନରୁ ବସନ୍ତ ରୋଗରେ ନିଜ ଦୃଷ୍ଟି ଶକ୍ତି ହରାଇଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରି ନଥିଲେ । ନିଜର ସାବଲୀଳ କଣ୍ଠରେ ଭଜନ, ଜଣାଣ ଓ ଲୋକଗୀତ ଗାଇ ଅନ୍ୟମାନଙ୍କୁ ଆକର୍ଷିତ କରିଥିଲେ । ତାଙ୍କ ଭଳି ବିରଳ ବ୍ୟକ୍ତିଙ୍କ ବିୟୋଗରେ ଶୋକରେ ଛାୟା ଖେଳି ଯାଇଛି ।

Leave A Reply

Your email address will not be published.