ଯୁବ ବ୍ୟବସାୟୀଙ୍କ ବିୟୋଗରେ ସଂଘ ପକ୍ଷରୁ ଶୋକ ସଭା

ଲୋକଙ୍କ ଭଲ ପାଇବାହିଁ ମୂଳ ପୁଞ୍ଜି

ଖୁଣ୍ଟା: ଖୁଣ୍ଟା ଅଞ୍ଚଳର ଯୁବ ବ୍ୟବସାୟୀ ଶୁଶାନ୍ତ ସାହୁଙ୍କ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକ କୂଳ ପରିବେଶ ସୃଷ୍ଟି କରିଥିବା ବେଳେ ଖୁଣ୍ଟା ବଣିକ ସଂଘ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ବଣିକ ସଂଘର ସଭାପତି କାହ୍ନୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ଉପସଭାପତି ତରୁଣ ମହାନ୍ତି, ସଂମ୍ପାଦକ ମନୋଜ ରଥ, ପ୍ରଦୋଶ କୁମାର ଦାସ, ସାମ୍ବାଦିକ ଦେବରଞ୍ଜନ ବେହେରା, ଜ୍ଞାନରଞନ ସାହୁଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରୀ ସାହୁଙ୍କ ଫୋଟୋ ଚିତ୍ରରେ ପ୍ରସ୍ପମାଲ୍ୟ ପ୍ରଦାନ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ଶ୍ରୀ ସାହୁ ତାଙ୍କର ସ୍ଵଳ୍ପକାଳୀନ ଜୀବନ ଯାତ୍ରା ମଧ୍ୟରେ ସଂପୃକ୍ତ ଅଞ୍ଚଳର ଲୋକଙ୍କ ହୃଦୟ ରେ ସ୍ଵତନ୍ତ୍ର ସ୍ଥାନ ବଜାଇ ପାରିଥିଲେ । ସେ ଜଣେ ମେଳାପି ଓ ମିଷ୍ଟାଭାଷି ଯୁବକ ଭାବେ ତାଙ୍କର ଛାପ ଛାଡ଼ି ଯାଇଥିବା ବେଳେ ତାଙ୍କର ଅକାଳ ମୃତ୍ୟୁ କେବଳ ତାଙ୍କର ପରିବାର ପାଇଁ ନୁହେଁ, ଖୁଣ୍ଟା ଅଞ୍ଚଳ ପାଇଁ ଅପୁରଣୀୟ କ୍ଷତି ବୋଲି ବକ୍ତା ମାନେ ନିଜ ନିଜର ବ୍ୟକ୍ତବ୍ୟ ମାଧ୍ୟମରେ ସୁଚାଇ ଥିଲେ । ତାଙ୍କର ଦୁଃଖଦ ମୃତ୍ୟୁକୁ ନେଇ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ତାଙ୍କର ପରିବରଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା । ବଣିକ ସଂଘ ପକ୍ଷରୁ ଆୟୋଜିତ ଏହି ଶୋକ ସଭାରେ ସଂଘର ଶତାଧିକ ବ୍ୟବସାୟୀ ଯୋଗ ଦେଇ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.