mobile header

କୋଟପାଡରେ ବଡଦିନ ଏବଂ ଯୀଶୁଙ୍କ ଜନ୍ମ ଦିବସ ମହା ସମାରୋହରେ ପାଳିତ

କୋଟପାଡ: ଗତକାଲି ସନ୍ଧ୍ୟାରେ କୋଟପାଡ ୱାର୍ଡ ୧୧ର କାଉନସିଲର ଚର୍ଚ୍ଚ ପଡ଼ିଆରେ ଆଡ଼ମ୍ବର ଭାବରେ ଯୀଶୁଙ୍କ ଜନ୍ମ ଦିବସ ମହା ଯାକଜମକ ରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ନଗର ପାଳ ଏମ ଶଙ୍କର ରାଓ, ପ୍ରଦେଶ କଂଗ୍ରେସ ସଭ୍ୟ ମଣି ପ୍ରସାଦ ପଟ୍ଟନାୟକ, ମନୋହର ବିଶୋଇ, ଟାଉନ କଂଗ୍ରେସ୍ ସଭାପତି ବାପୁନ୍ ତ୍ରିପାଠୀ, ଟାଉନ ଯୁବ କଂଗ୍ରେସ ସଭାପତି ଶଙ୍କର ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ମୁନା ଖାଁ, ଯୁବ କାଉନସିଲର ଟିକୁ ବିଶୋଇ, ସଲ୍ମମା ବେଗାମ, କଲୁ ମାଝୀ, ୟୁସୁଫ ଅଲ୍ଲୀ, କଂଗ୍ରେସ୍ର ଯୁବ ନେତା କାଲୁ ଖାଁ, ସନ୍ତୋଷ ମିଶ୍ର, ଯୁବ ଆଇନଜୀବୀ ମୁକ୍ତେଶ୍ଵର ନାୟକ, ଗତକାଲିର କାର୍ଯ୍ୟକ୍ରମକୁ ସଫଳ କରାଇବେରେ ପ୍ରମୁଖ ବିନ୍ଧାଣି ସାଜିଥିବା ମୁନା ଖାଁ, ଜଗୁ ଭାଇ, ଉରିଏଲ୍ ଇଣ୍ଡିଆ, ଦ୍ରାକ୍ଷଲତା ଭାଇନା, ପ୍ରବୀଣ ଭାଇ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Leave A Reply

Your email address will not be published.